କିଏ କହନ୍ତା କି ଏଇ ମିଛ ବୋଲି
କିଏ କହନ୍ତା କି ଏଇ ମିଛ ବୋଲି
ଜୀବନର ଯେତେ ହସ ଆଜି ଲୁହ
ହେଇ ଝରୁଛି
ଜୀବନରେ କରିଥିବା ପାପ ପାଇଁ
ଆଜି ପ୍ରାୟଶ୍ଚିତ ଖୋଜୁଛି।
ଛାଇଗଲାଣି ମୃତ୍ୟୁ ର ବିଭୀଷିକା
ଚାରିଆଡେ ହାହାକାର
ଶହ ଶହ ମଡର ବାସସ୍ଥାନ
ବୋଧେ ପୃଥିବୀ ଆଉ ପୃଥିବୀ ହେଇ ରହିନାହିଁ।
କିଏ କହନ୍ତା କି ଏଇଟା ଗୋଟେ
ସ୍ୱପ୍ନ ବୋଲି
କିଏ କହନ୍ତା କି ଏଇଟା ଗୋଟେ
ସିନେମା କାହାଣୀ ବୋଲି!
ହେଲେ ସବୁ ନିରବ କାହାରି ପାଟି ଫିଟୁନି
କାହିଁକି ଫିଟିବ
ସତ ସବୁ ଆଖି ଆଗରେ ଘଟିଯିବା ପରେ ଆଉ
କିଏ ବା କହନ୍ତା ଇଏ ମିଛ ବୋଲି!
