STORYMIRROR

Prabhash chandra Toltia

Tragedy

3  

Prabhash chandra Toltia

Tragedy

ସବୁ ଏଠି ରାଜନୀତି

ସବୁ ଏଠି ରାଜନୀତି

1 min
322

ଉଚ୍ଚ ଶିକ୍ଷା ଏଠି ମୂଲ୍ୟହୀନ ହୁଏ

ଛାତ୍ର ଖଟି ଯାଏ ଦାଦନ

ଚାକିରୀ ନ ପାଇ

ମେଧାବୀ ଛାତ୍ର ଖୋଲିଦିଏ ଚା ଦୋକାନ

ସବୁ ଏଠି ରାଜନୀତି।

ଖାଲି ନାହିଁ ଏଠି ପଦବୀ କିଛି

ପାଠ ପଢି ସବୁ ବେକାର ହୁଅ

ଘରେ ବସି ମାର ମାଛି

ସବୁ ଏଠି ରାଜନୀତି।

ବେକାରୀ ସମସ୍ୟା ଦିନୁ ଦିନ ବଢେ

କିଏ ଏଥି ପାଇଁ ଦାୟୀ

ଯେତେ କହିଲେ ବି ସୁଧୁରିବେ ନାହିଁ

ଏଠାକାର ଲୋକେ ଭାଇ

ସବୁ ଏଠି ରାଜନୀତି।

ଜୀବନଟା ଏଠି ଅର୍ଥହୀନ ହୁଏ

ଦୋଷ ଦେବା ଆଉ କାହାକୁ

ନିଜ ଭାଗ୍ୟକୁ ନିନ୍ଦା କରି କରି

ଚାଲିଯିବା ଆରପାରିକୁ

ସବୁ ଏଠି ରାଜନୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy