ଗ୍ରୀଷ୍ମା ଗମନ ଉତ୍ତାପ ଧରା
ଗ୍ରୀଷ୍ମା ଗମନ ଉତ୍ତାପ ଧରା
ତୁ ନିଦାଘ ତାତିର ଖରା ମୁଁ ଉଦାସ ତୋ ସ୍ପର୍ଶେ ପରା
ମୁଁ ଚୈତ ଫଗୁଣ ର ଚଗଲା ପବନ ତୁ କି ଫଗୁଣ ଫୁଲ
ଚୋର ମଳୟ ର ଚଇତାଳି ତୁ ବୈଶାଖ ର ଝାଞ୍ଜି ଖରା l
ଜର୍ଜରିତ ର ଉତ୍ତାପ ଧରଣୀ ରବି ଝରାଏ ଅଗ୍ନି ପାଣି
ମୁଁ ଖୋଜୁଛି ତୋ ଶୀତଳତା ମୋ ଦେହେ ବହୁଛି ପାଣି l
ପହିଲି ଗ୍ରୀଷ୍ମ ର ଝାଂଜି ଖରାତୁ ତୋ ରୂପ ଦେଖି ଜଳିଯାଏ ମୁଁ
ଚାହିଁଲେ ଚାହିଁ ପାରୁନି ମୁଁ ତୋ କିରଣ ରେ ଝାଉଁଳି ଯାଉଛି ମୁଁ.
ତୋ ପରସ ରେ ବହେ ଅସହ୍ୟ ର ବାଆ ଧରା ବସୁନ୍ଧରା ଖୋଜୁଛି ରାହା ।
ଗ୍ରୀଷ୍ମ ତାତି ର ଅସହ୍ୟ ରାତି ଦିବା ଯାମିନୀ ମୋ ଲାଗେ ଅଶାନ୍ତି
ତୋ ମନେ ନାହିଁ ମୋ ପାଇଁ ଦରଦ ନୀତି ଅସ୍ଥିର କରୁଛୁ ମୋତେ
ନୟନେ ନଝରି ଦେହରେ ବହୁଛି ନିଦାଘ ର ଉଷ୍ମ ଯେତେ
ଅଥୟ ଅସ୍ତିର ଲାଗୁଚି ଜୀବନ କାହିଁ ଆସିଲୁ ତୁ ଏବେ ।
ତୁକିଜାଣୁ ନାହୁଁ ମୋ ହୃଦୟ ବେଦନା ପାରୁନି ମୁଁ ସହି ଏବେ
ତୋର ଆଗମନେ ନିଷ୍ଠୁର ଭାସ୍କର ବିଦାରି ମାରୁଛି ଏତେ।