STORYMIRROR

ଗୁରୁଚରଣ ମହାକୁଡ଼

Children

4  

ଗୁରୁଚରଣ ମହାକୁଡ଼

Children

ଅବୁଝା ହୁଅ ନା ମୋ ସୁନା ଧନ

ଅବୁଝା ହୁଅ ନା ମୋ ସୁନା ଧନ

1 min
318


ଧନ ମୋ ରୂଷିଛି ପୁଅ ମୋ ହସୁଛି କୋଳେ ଖେଳେ ଚକାଜହ୍ନ

ସାତ ସପନ ର ଦରିଆ ଭିତରେ ଲୁଚି ରୁଷି ଛି ମୋ ଧନ.।


ପୁଅ ମୋ କହୁଛି ଧରିବ ସେ ଜହ୍ନ ଧନ ମୋ ଛାଡ଼ୁନି ତାକୁ 

ଦୁହିଁଙ୍କର ଅଳି ଅଝଟ କେତେ ମୁଁ ଦେଖିବି ବୁଝେଇ ବି ମୁଁ କାହାକୁ ।


ଅଝଟିଆ ଧନ ମୋଗଳା ର ମାଳି ତୁ ବୁଝି ଯା ରେ ମୋର ଶ୍ୟାମ

ଖାଇବା କୁ ଦେବି ଲବଣି ରଖିଛି ଚୋରି କରିବୁନି ମୋରାଣ.।


ନୀତି ଆସି ଘରେ ଗୋପୀ ମାନେ ବସି କହୁଛନ୍ତି କେତେ କଥା

ଅଝଟ ହଉଛୁ ଖାଇବୁ କି ଛାଟ ଯଶୋଦା ହୋଇବ ଉଚ୍ଛାଟ ଝୁମୁକା ଛାଟ ତୁ ଖାଇବା ଆଗରୁ ବୁଝି ଯାଆ ଧନ ଝଅଟ.।


ଆସୁଛି ଅନ୍ଧାର ମାଡି ହେଇ ଯା ଧନ ରେଡି ବୁଢ଼ୀ ଅସୁରୁଣୀ

ଥିରି ଥିରି ଆସି ଛପି ବସିଥିବ ଜଗି ଶୋଇ ଯାଆ ଧନ ବେଗି ।


କଳା ମେଘ ମାଳା ଚାଦର ଘୋଡେଇ ଚାନ୍ଦବି ଯାଉଛି ଲୁଚି 

ଦେଖୁଚି ମୁଁ ଭାରି ଅଝଟ ହଉଛୁ ବୁଝୁନାହୁଁ କିଆଁ ହରି..।


ତାରାମାନେ ତୋର ଅଝଟ କୁ ଦେଖି ହସୁଛ ନ୍ତି ଲୁଚି ଲୁଚି

ଗୋପ ଗାଁ ଯାକ ଉଛୁଳି ପଡୁଛି କରୁଛୁ ତୁ ଯେତେ ଅଳି..।


ମୋଧନ ସଙ୍ଖାଳି ହୃଦୟ ର ମାଳି ପୁଅ ରୂପେ ଗଲି ପାଇ

ରୂପ ରଙ୍ଗ ଗୁଣ ଭରିଛି ତୋପରି ଅଝଟିଆ ମୋର ପ୍ରାଣ ।


ତୋପପରି ଅଝଟ ହୁଏ ମୋର ଧନ ବୁଝେ ନା ସେ ରାତି ଦିନ 

ଖୋଜୁଛି ଖାଲି ସେ କୋଳେ ବୁଲିବାକୁ ଗୁଣ ତୋର ସବୁ ଜାଣ.।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children