STORYMIRROR

ଗୁରୁଚରଣ ମହାକୁଡ଼

Others

4  

ଗୁରୁଚରଣ ମହାକୁଡ଼

Others

ତୁମେକି ସେଇ ଫଗୁଣ

ତୁମେକି ସେଇ ଫଗୁଣ

1 min
15


ନୀଳ ଆକାଶ ତଳେ କିଏ ତମେ?

ଦେବକି ଗୋ ପରିଚୟ

ପାରିଜାତ ଫୁଲ

        ବସନ୍ତ ର ତୁମେ,

ତୁମେ କି ସେଇ ଫଗୁଣ !

         ସବୁଜ ସୁନ୍ଦରୀ ଫଗୁଣ ଆବୋରି

ଉଡେ ତୁମ ନାଲି ଓଢଣୀ...

 କୋକିଳ ର ସ୍ୱର ମଧୁର ମୂର୍ଚ୍ଛନା ମନ କରିନିଏ ଚୋରି

      ତୁମେ କି ସେଇ ଫଗୁଣ !


 ମଳୟ ପରସ ବହେ ସମୀର ପବନ

              ଚଗଲି ଝରଣା ଯାଏ ବହି

  ଆନୋମନା କରେ ବସନ୍ତ ଚଗଲା

                 ଉଛୁଳା ପୀରତି ଭୂଇଁ


 ହସେ ଏ ତରୁଣୀ ସବୁଜ ସାରଣୀ

              ଫଗୁଣ ଭରା ଏ ଧରଣୀ,

 ମନ ଉଙ୍କି ମାରେ ସେ ଫୁଲ ଛାଉଣୀ

         ତୁମେ କି ଫଗୁଣ ପାଇଁ

 ତୁମପାଇଁ ଆଜି ହେଲି ଯାଯାବର

           ଖୋଜି ପାଉନି ମୁଁ କାହିଁ?

ତୁମ ଠିକଣା ମୁଁ କେମିତି ପାଇବି

       ତୁମେ କି ଫଗୁଣ ସେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍