STORYMIRROR

Dipti lekha Mishra

Tragedy Inspirational

3  

Dipti lekha Mishra

Tragedy Inspirational

ବାଘମାମୁଁ

ବାଘମାମୁଁ

1 min
309

ବାଘମାମୁଁ....

ପରିବେଶ ସନ୍ତୁଳନ ପାଇଁ ଆମ

ଗଛଟିଏ ଦରକାର

ପଶୁପକ୍ଷୀ ଜୀବଜନ୍ତୁ ସେହିପରି

ନିହାତି ଯେ ଦରକାର ॥

ମାମୁଁ ବୋଲି ଆମେ ଶରଧାରେ ଡାକୁ

ବଣରେ ଦେଖି ବାଘକୁ

ଜାତୀୟ ପଶୁଟି ବାଘ ବୋଲି କହି

ଶିଖାଉ ପିଲାମାନଙ୍କୁ ॥

ଦେଶରେ ବଢୁଛି ରାଇଜେ ବଢୁନି

ବାଘ ସଂଖ୍ୟା କାହିଁପାଇଁ

ରାଇଜ ସୁନ୍ଦର କରିବା ପାଇଁ କି

ସରକାର ଇଛା ନାହିଁ ॥

ମାମୁଁଡାକ ବହିରୁ ଲିଭିବା ଆଗୁ

ଯତ୍ନ ନିଅ ସରକାର

ବ୍ୟାଘ୍ର ଦିବସେ ଏତିକି ଯେ ମିନତୀ

ସଂଖ୍ୟା ବଢାଅ ତାଙ୍କର ॥

 



Rate this content
Log in

Similar oriya poem from Tragedy