STORYMIRROR

Niranjan Sahu

Tragedy Inspirational

3  

Niranjan Sahu

Tragedy Inspirational

କାହିଁକି ମଣିଷ ଜୀବନ ପାଇଲେ

କାହିଁକି ମଣିଷ ଜୀବନ ପାଇଲେ

1 min
419

ମାଆ ତ ମାଆ ଆମର ମାଆ   

ମାଆ ପରି କେହି ନାହିଁ

ଯେତେବଡ଼ ହୁଅ ଶକ୍ତିଶାଳୀ ହୁଅ

ମାଆ ବିନା କେହି ନାହିଁ,


ମାଆ ନଥିଲେ କି ତୁମେ ଆସିଥାନ୍ତ

ଶକ୍ତିଶାଳୀ ହେଇଥାନ୍ତ

ମାଆ ନଥିଲେ କି ଏଇ ସଂସାରକୁ

ଉପଭୋଗ କରିଥାନ୍ତ,


ତୁମ ମାଆ କିଏ ମୋ ମାଆ କିଏ

ପ୍ରସବ ବେଦନା ସମାନ

ଦଶମାସ ମାଆ ଗର୍ଭେ ଧରିଥାଏ

ସବୁ ମାଆ ପାଇଁ ସମାନ,


ସ୍ତନ କ୍ଷୀର ଦେଇ ବଡ଼ କରିଥାଏ

ସବୁ ମାଆ ନିଜ ସନ୍ତାନେ

ଧନୀ ମାଆ ହେଉ କି ଗରିବ ମାଆ

ମାଆ ଡାକ ଅଟେ ସମାନେ,


ପାଠପଢି ଆମେ ଶିଖିତ ହୋଇଲେ

ମାଆ କଥା ଯଦି ଭୁଲିଲେ

କି ଲାଭ ସେ ପାଠ ଧିକ ବଡ଼ପଣ

ଯେତେ ପାଠ ଶାଠ ପଢିଲେ,


ମାଆ କୁ ତ ଆମେ ସମ୍ମାନ ଦେଲେନି

ମାନବିକତା କୁ ଭୁଲିଲେ

ଧିକ ଆମର ମଣିଷ ଜୀବନ

ମଣିଷ ଜନମ ପାଇଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy