କାହିଁକି ମଣିଷ ଜୀବନ ପାଇଲେ
କାହିଁକି ମଣିଷ ଜୀବନ ପାଇଲେ
ମାଆ ତ ମାଆ ଆମର ମାଆ
ମାଆ ପରି କେହି ନାହିଁ
ଯେତେବଡ଼ ହୁଅ ଶକ୍ତିଶାଳୀ ହୁଅ
ମାଆ ବିନା କେହି ନାହିଁ,
ମାଆ ନଥିଲେ କି ତୁମେ ଆସିଥାନ୍ତ
ଶକ୍ତିଶାଳୀ ହେଇଥାନ୍ତ
ମାଆ ନଥିଲେ କି ଏଇ ସଂସାରକୁ
ଉପଭୋଗ କରିଥାନ୍ତ,
ତୁମ ମାଆ କିଏ ମୋ ମାଆ କିଏ
ପ୍ରସବ ବେଦନା ସମାନ
ଦଶମାସ ମାଆ ଗର୍ଭେ ଧରିଥାଏ
ସବୁ ମାଆ ପାଇଁ ସମାନ,
ସ୍ତନ କ୍ଷୀର ଦେଇ ବଡ଼ କରିଥାଏ
ସବୁ ମାଆ ନିଜ ସନ୍ତାନେ
ଧନୀ ମାଆ ହେଉ କି ଗରିବ ମାଆ
ମାଆ ଡାକ ଅଟେ ସମାନେ,
ପାଠପଢି ଆମେ ଶିଖିତ ହୋଇଲେ
ମାଆ କଥା ଯଦି ଭୁଲିଲେ
କି ଲାଭ ସେ ପାଠ ଧିକ ବଡ଼ପଣ
ଯେତେ ପାଠ ଶାଠ ପଢିଲେ,
ମାଆ କୁ ତ ଆମେ ସମ୍ମାନ ଦେଲେନି
ମାନବିକତା କୁ ଭୁଲିଲେ
ଧିକ ଆମର ମଣିଷ ଜୀବନ
ମଣିଷ ଜନମ ପାଇଲେ ।
