ମନେ ପଡେ
ମନେ ପଡେ
ମନେ ପଡେ ସେହି ବିଜୟ ଉଲ୍ଲାସ
କାରିଗିଲି ଯୁଦ୍ଧ ପରେ
ନିର୍ଭୀକ ସାହସୀ ବୀର ଯୋଦ୍ଧାଙ୍କର
ଦେଶପ୍ରେମ ହୃଦୟରେ ।
ମନେ ପଡେ ଆଜି ବିଭୀଷିକା ଦୃଶ୍ୟ
ଇତିହାସ ପୃଷ୍ଠା ପରେ
ରକ୍ତରେ ପ୍ଳାବିତ କାର୍ଗିଲ ମାଟିର
କୋହ ଯେତେ ଅନ୍ତରରେ ।
ମନେ ପଡେ କେତେ ବୀର ଯବାନଙ୍କ
ଦମ୍ଭିକତା ଶରୀରରେ
ଶତ୍ରୁର ଗୁଳିରେ ପ୍ରାଣବଳୀ ଗାଥା
ଚିତାଭସ୍ମ ଅନଳରେ ।
ମନେ ପଡେ ସେହି ଆହ୍ବାନର ବାଣୀ
ମରିଯିବୁ ପଛେ ଆମେ
କାରଗିଲ ଭୂମି କରାୟତ୍ତ ପାଇଁ
ଦେଖ ନାହିଁ ସ୍ୱପ୍ନ ତୁମେ ।
ମନେ ପଡେ ସେହି ଅଭୂଲା ମୁହୂର୍ତ୍ତ
ଶତ୍ରୁ ହେ
ଲା ପରାଜିତ
ଭାରତୀୟଙ୍କର ଦେଶପ୍ରେମ ଦେଖି
ହୋଇଥିଲେ ଆଚମ୍ବିତ ।
ମନେପଡେ ବୀର ପୁତ୍ରକୁ ହରାଇ
ବୁକୁଫଟା ମାଆ କାନ୍ଦ
କୋହ ଯେତେ ଯେତେ ବୀରା ଅର୍ଦ୍ଧାଙ୍ଗିନୀ
ହୃଦୟରେ ଅବରୁଦ୍ଧ ।
ମନେ ପଡେ ଆହା କୁନି କୁନି ଶିଶୁ
ବାପାଙ୍କର ମୃତ୍ୟୁ ଚିତ୍ର
ନୟନରେ ଦେଖି ଅବୁଝା ହୁଅନ୍ତି
କାହିଁ ବାପା ଆଜି ସୁପ୍ତ ।
ମନେ ପଡେ ଆଜି ସଂଘର୍ଷ କାହାଣୀ
ରଚିଗଲା ଯାହା ଖ୍ୟାତି
କାର୍ଗିଲ ଭୂମିର ବିଜୟ ବାରତା
ଗାଏ ଭାରତୀୟ ଜାତି ।
ମନେପଡେ ସେହି ଅମର ଶହୀଦ
ତ୍ୟାଗପୂତ ବଳିଦାନ
ହୃଦୟ କନ୍ଦରୁ ପ୍ରଣାମ କରୁଛି
କରୁଥିବି ଚିରଦିନ ।