STORYMIRROR

Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ଭଲପାଅ ଥରେ ମିଛରେ ମିଛରେ

ଭଲପାଅ ଥରେ ମିଛରେ ମିଛରେ

1 min
308


ଶୂନ୍ୟ ଅଛି ଝାଉଁବଣ 

ମୃତ ନଈ କୂଳ

ପୂଣ୍ୟ ଅଛି ପ୍ରିତି ମୋର

ପାପ ତୋର ଖେଳ..


ନାଉରୀ ମୁଁ ହୃଦ ଧାରେ 

ତୁମେ ତରଙ୍ଗିଣୀ 

ଭଉଁରି ତୋ ମାୟାଜାଲ

ଦଦରା ତରଣି..


କାନ୍ଦିବାକୁ ରଙ୍ଗ ମାଖି 

ହୁଏ ମୁଁ ସଜେଇ

ହସି ହସି ତୋ ହାତରେ

ସାଜଇ କଣ୍ଢେଇ..


ପ୍ରତାରଣା ପ୍ରିତି ଯେବେ

ହୁଏ ଭାରି ଦୃଷ୍ଟ

ମରିବାକୁ ଭଲ ଲାଗେ  

ଜିଇଁବା'ଟା କଷ୍ଟ..


ଛଳପୂର୍ଣ୍ଣ ଓଠେ ହସ

ଦିଶେ ଝଲମଲ

ଗୋଲାପ ବୃକ୍ଷରେ ଅବା 

ପଳାସ'ର ଫୁଲ..


ଖେଳ ଥରେ ସେଇ ଖେଳ 

ଥିଲା ଯା' ଅତୀତ 

ତୁମ ସ୍ପର୍ଶେ ସାରା ଅଙ୍ଗ 

ହେଉ ଶିହରିତ..


ଆଉଥରେ ନିମନ୍ତ୍ରଣ 

ହୃଦୟରୁ ଦେଲି

ମିଛେ ମିଛେ ଭଲପାଇ 

ଖେଳିବାକୁ ହୋଲି..


××××××


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy