STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ଶହୀଦ ଅମର ରହେ

ଶହୀଦ ଅମର ରହେ

1 min
373

ଭାତ ଯାହାର ଖାଇଛି    

ରକ୍ତ ତା ପାଇଁ ଦେବି

ତତଲା ରକ୍ତରେ ପାଦ ଧୋଇଦେଇ

ମାଆ ମାଆ ଡାକିଦେବି


ମାଆ ପାଇଁ ଯଦି ଜୀବନ ନଦେଲି

କିଲାଭ ଜୀବନ ଥାଇ

ଜୟ ଜୟ ଗାନ ନିତି କରୁଥିବି

ଯେତେ ଦିନ ବଞ୍ଚି ଥାଇ


ଭାରତ ବର୍ଷ ର ବୀରପୁତ୍ର ମାନେ

ଏହିକଥା କହିଥିଲେ

କାର୍ଗିଲ ଯୁଦ୍ଧରେ ଜୀବନ କୁ ଦେଇ

ପ୍ରମାଣିତ କରିଦେଲେ


ଜନମ ମାଟିର ଋଣ ସୁଝିଦେଲେ

ନିଜର ଜୀବନ ଦେଇ

ଶହୀଦ ହୋଇଲେ ଜନ୍ମ ମାଟି ପାଇଁ

ଗଲେ ସେ ଅମର ହୋଇ


ଶ୍ରଦ୍ଧାଞ୍ଜଳୀ ଘେନ ହେ ବିର ସନ୍ତାନ

ହୃଦୟରୁ ତୋଳି ଦେଉଛୁ

ତୁମରି ଆତ୍ମା ସଦଗତି ପାଉ

ଏତକି କାମନା କରୁଛୁ

ଶହୀଦ ଅମର ରହେ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy