STORYMIRROR

Prafulla Chandra Mishra

Tragedy Others

3  

Prafulla Chandra Mishra

Tragedy Others

ବିଷ ବଳୟରେ ଆମେ

ବିଷ ବଳୟରେ ଆମେ

1 min
332

 କାଳାନଳ ସମ ଚର୍ତୁଦିଗେ ଜଳେ ନିଆଁ

 କ୍ରୂର ଫଣି ପୁଣି ଅବେଳେ ଉଦ୍-ଗାରେ ବିଷ ।

 ଭୟଙ୍କର ଗୋଟେ ଅଜଣା ଦାନବ ଆଁ

 ଗିଳେ,ମୁର୍ହୂମୁହୁ ମଣିଷେ ଯାତନା କ୍ଳେଶ ।।

 

 ଅପକର୍ମ,ପାପାଚାର, ଅତ୍ୟାଚାର ପୁଣି 

 ଅ-ମାନବିକତାର ଧର୍ଷଣେ ଦୁଃଷଣେ ଶିଶୁ ।

 ଅନାଚାର,ହତ୍ୟା, ଲୁଣ୍ଠନ, ରାହାଜାନୀ

 ମଣିଷ ସତରେ ସାଜିଛି ଗୋଟାଏ ପଶୁ ।।

 

 ଦିଗହରା ହୁଏ ଆଇନ, କାନୁନ୍ ଯାହା

 ସଂବିଧାନେ ସତ୍ୟ, ନୈତିକତା ଗଲା ହଜି ।

 ନିରିହ,ଲାଂଛିତ ପାଏ ନାହିଁ ସାହା,ରାହା

 ଆଶାର ସଉଧ ଅଦିନେ ଯାଉଛି ଭାଜି ।।

 

 ଅ-ସହିଷ୍ଣୁତା, ଅହଂକାର,ସ୍ଵାର୍ଥ ନୀତି

 ଅବିଶ୍ବାସ,ହଳାହଳେ ସାମ୍ୟବାଦ ସ୍ଵର ।

 ରୁଦ୍ଧ ହୋଇଯାଏ ଭୟରେ ଥରଇ ଛାତି

 ଅପସୃତ ସତ୍ୟ ହଜିଯାଉଅଛି କ୍ରାନ୍ତି ।।

 

 ଯୁବଶକ୍ତି ଆଜି ସ୍ଵପ୍ନ ବିଭୋର ଭୋଳେ

 ନିଶାଗ୍ରସ୍ତ ମନ ବିପଥେ ପଥିକ ହୁଏ ।

 ଜୀବନ ସୂର୍ଯ୍ୟ ଅସ୍ତମିତ ତା ମରଣ ଅନ୍ତରାଳେ

 ଭବିତବ୍ୟ ଆହା କେତେ ଅନ୍ଧାର,ଅନ୍ଧାର ଘୋଟିଯାଏ ।।

 

 ନାଗରିକତାର ବିକାର ଭାବନା ବିଷ

 ନିଜହାତେ ନିଜେ ସଜାଡଇ ନିଜ ଜୁଇ

 ଅଦଭୁତ କର୍ମେ କରେ ନିଜ ସର୍ବନାଶ

 ଦେଶ,ଯଶ,ହିତ, ସଂସ୍କୃତି, ସଂହତି ଆଉ ନାହିଁ ଆଉ ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy