STORYMIRROR

Shashanka sekhar Ray

Tragedy Inspirational

3  

Shashanka sekhar Ray

Tragedy Inspirational

ଅଗଷ୍ଟପନ୍ଦର ଆସିଲେ

ଅଗଷ୍ଟପନ୍ଦର ଆସିଲେ

1 min
304


ଅଗଷ୍ଟ ପନ୍ଦର ଆସିଲେ

କାନେ ଶୁଭେ ଗୁଳିଗୋଳା ତୋପର ଶବ୍ଦ

ମହକିଉଠେ ରକ୍ତ ଜୁଡବୁଡ୍ ସେଦିନ ମାଟିର ବାସ୍ନା 

ଖାଇଥିବା କେତେ ଲାଠିମାଡ ଚାବୁକ୍ ପ୍ରହାର

ପିଠିର ପୁରୁଣା ଦାଗ ସବୁ ଦରଜ ଲାଗେ

ଗରମ ହୋଇଯାଏ ଯୁଆନ ରକ୍ତ

ଆଖିରେ ମା ପାଇଁ ଝରେ ମମତାର ଝର

ସଭାସମିତି କରତାଳି ଭାଷଣବାଜିରେ

ଗର୍ବେ ଉଛୁଳିଉଠେ ଜାତୀୟତାର ସୁଅ

କେବଳ ଦିନଟିଏ ପାଇଁ ।

ଅଗଷ୍ଟ ପନ୍ଦର ଆସିଲେ

ମନେପଡେ ସେଇ ଲଙ୍ଗଳା ଫୁଙ୍ଗୁଳା 

ଅଧା ଆଣ୍ଠୁ ଲୁଚିଥିବା ଖଦଡ ଧୋତି 

ଚାଦର ପିନ୍ଧା ବୁଢାଟି କଥା

ତା ମୋଟା ଗୋଲେଇ ଚାଳିସା ଚଷମାକୁ

ଢାଲ କରି ଜିତିହୁଏ ରାଜନୀତିର ପଶାପାଲି

ଗଣତନ୍ତ୍ରର ଅମୃତ ଟିକେ ମୁଖେ ଢାଳି

ପାଟି ବନ୍ଦ କରିଦିଆଯାଏ

ପାଟି ଖୋଲିଲେ କମାଣ ଗର୍ଜେ

ସବୁ ଦେଖି ଆଖି ବୁଜିବାକୁ ହୁଏ

କାଗଜ କଲମେ ଲୁଟିହୁଏ ସବୁ

ମନା ନାହିଁ କାହାକୁ ଏଠି କେବେ ।

ଗଣତନ୍ତ୍ର ଗଛେ ବହୁରୂପୀ ଏଣ୍ଡୁଅ ସାଜି

ଆତ୍ମଗୋପନର କଳା ଯିଏ ଥରେ ଶିଖିଯାଇଛି

ବେକେ ତାର ଫୁଲମାଳ ଆତ୍ମଘୋଷିତ ବାବା ପରି

ସମସ୍ତେ ପୂଜନ୍ତି ମହାପୁରୁଷ ତାଙ୍କୁ କହି ।

ଦୁର୍ନିତୀ ଭ୍ରଷ୍ଠାଚାର କଳାବଜାରୀର ଶସ୍ତା ରାଜନୀତି

ନୋଟ ବଦଳେ ଭୋଟ କିଣେ

ମଳିମୁଣ୍ଡିଆର ଝାଳ ଶୋଷି

ଦୀପତଳ ଅନ୍ଧାର ଭଳି

ଶହଶହ ନଗଡା ଜନ୍ମଦିଏ

ଭାତ ଥାଳିରୁ ଆହାର ଛଡାଇନିଏ

 ଋଣ ଭାରେ ଚାଷୀ ଫାଶିଦିଏ

ନାବାଳିକା ହୁଏ ଗଣ ଧର୍ଷିତା

ଜରାଗୃହେ ଝରାଏ ଲୁହ ବୁଢା ବାପମା

ଉଜୁଡିଯାଉଛି

କେତେ ସୁନାର ସଂସାର

ପୁଞ୍ଜିପତି ଦଲାଲଙ୍କ ଅତ୍ୟାଚାର ହୁଏନି ଆଉ ସହି ।

ଅଗଷ୍ଟ ପନ୍ଦର ଆସିଲେ

ମନେପକାଉ ସତେ କଣ ଆମେ ସ୍ଵାଧୀନ

ଚାରିଆଡେ ମିଥ୍ୟା ପ୍ରତିଶୃତି ଘେରା 

ପିଞ୍ଜରାରେ ପକ୍ଷୀଟିଏ ଆମେ

ନା ମୁକ୍ତ ଭାବେ ନୀଳ ଆକାଶେ 

ଉଡିପାରୁଛୁ ନା ନିଜ ଇଚ୍ଛାରେ

ଶାନ୍ତିରେ ନିଶ୍ଵାସ ମାରିପାରୁଛୁ

ଖାଲି ଯାହା ଅଗଷ୍ଟ ପନ୍ଦର ଆସିଲେ

ଭକୁଆଙ୍କ ଭଳି ଧୋବ ଧୋବଳିଆ ବାବୁମାନଙ୍କର

କୁମ୍ଭୀର କାନ୍ଦଣା ଭାଷଣବାଜି ଶୁଣି

ମିଠା ପୁଡିଆ ଖାଇ ଆତ୍ମହରା

ହେବାଛଡା କଣ ବା ଚାରା ଅଛି 

ଆମ ମଳିମୁଣ୍ଡିଆଙ୍କ ପାଖରେ ? 

,,,,,,7377197999

ବଟରପଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy