STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଅଟୁ ପରା ତୁହି ଓଡ଼ିଆ

ଅଟୁ ପରା ତୁହି ଓଡ଼ିଆ

1 min
231

(ରାଗ:- ଚୋଖି)


ପବିତ୍ର ଭାରତ ଭୂମି     ଅଟୁ ମା ବିଚ୍ଛିନ୍ନ ଭୂମି 


   ଜନନୀ ଭାଷା ପଢିବେ ଆମରି ଛୁଆ 


ରକ୍ଷା ପାଇଁ ମାତୃଭାଷା    ତତ୍ପର ରହିବା ସଦା  

 

    ସନ୍ତାନ ପଡ଼ିବେ ହେ ଭାଷା ଓଡ଼ିଆ।


      କରିବା ଟି ଭାଷା ଆଦର


    ସୁରକ୍ଷା କରିବା ହେ ପୁତ୍ର ପରି ତାର।


ବ୍ୟକ୍ତିତ୍ଵ ହେବ ବିକାଶ ପଢ଼ି ପରା ମାତୃଭାଷା ‌‌  


    ସରକାର ନୂଆ ଶିକ୍ଷା ନୀତି ଆଣିଲେ 


କର୍ତ୍ତବ୍ୟ ଅଟେ ଆମର   ଭାଷା ପଢ଼ିବା ନିଜର 


   ବାଧାବିଘ୍ନ ଯେତେରେ ପଥରେ ଆସିଲେ।


       ଜନନୀର ଭାଷା ଚନ୍ଦନ


   ଲେପିବା ଜୀବନେ ତାକୁ ଭାବି ଭୂଷଣ।


କିମ୍ପା ପଡୁ ନୁ ନିଜ ଭାଷା, ଗୋଲାମୀର ଭାଷା ଆଶା


   କରୁ ଅଛୁରେ ଲୋକହସା ତୁ କୁଟୁମ୍ବେ


ଦେଶ ସଂସ୍କୃତି ସଂସ୍କାର     ବିଶ୍ବରେ ପରା ଆଦର


     ଗର୍ବିତ କରୁଛି କାଳ ଅମୃତ କର୍ମେ


       ଗୋଲାମୀ ଛାଡି ମନୋବୃତ୍ତି


     କର ଜନନୀର ଭାଷା ହୃଦେ ଆକୃତି 


ପୂରଣା ସଂସ୍କୃତି ଅବା      ଜ୍ଞାନ ନାହିଁ ତୋର କିବା


    ତୋର ଧ୍ୟାନ ସ୍ଳତି ପୁରୋଧାରେ ନାହିଁ


ମାତୃଭୂମି ସ୍ବାଧୀନତା    ପାଇଁ ହସି ପ୍ରାଣ ଦେଲେ 


   ତାଙ୍କ ବଳିଦାନ କିବା ମନେ ତୋର କାହିଁ।


        ସନ୍ତାନ ପଢ଼ନ୍ତୁ ଓଡ଼ିଆ


    ମାତୃଭାଷା ଓଡ଼ିଆ ଟି ଭାରି ବଢିଆ।


ଉଠ ନିଦ୍ରା ପରିହରି        ଓଡ଼ିଆ ବିଭିନ୍ନ ଭାଇ


    ପଢ଼ିବାରେ ମାତୃଭାଷା ଆଦର କରି


କରିବେ ଉନ୍ନତି ପିଲେ      ଜନନୀର ଭାଷା ପଢି 


    ପାଇ ଅଛି ଶିକ୍ଷା ଏ ଜନ୍ମରୁ ତାହାରି 


        ବୋଳି ଦେବା ଭାଷା ଚନ୍ଦନ


     ପରା ହେବ ଜୀବନେ ଅମୂଲ୍ୟ ରତନ।


କିମ୍ପା ଲଜ୍ୟା କରୁ ଭାଇ    କହିବା ପାଇଁ ଓଡ଼ିଆ?

  

     ଅଟୁ ଓଡ଼ିଆ ତୁହି ଜାଣିଥାନ୍ତି ସାରା


ନିଜ ଭାଷା ଛାଡି କିମ୍ପା ‌    ଅନ୍ୟର ଭାଷା କହୁ ତୁ?


       ଦେଖ ବଙ୍ଗାଳୀ କଥା ବାର୍ତ୍ତା


    ଦେଇ ଥାନ୍ତି ସେହୁରେ ଭାଷା ମହାନତା।


    




Rate this content
Log in

Similar oriya poem from Abstract