STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅବ୍ଯକ୍ତ ଆବାହନୀ

ଅବ୍ଯକ୍ତ ଆବାହନୀ

1 min
328


ଯେତେ ମୁଁ ଭାବୁଛି ଜପୁଛି

ମନେ ମନେ କହୁଛି ଗପୁଛି

ପଛକଥା କିଛି ଭାବିବିନି

ଶ୍ରାବଣ ଯେବେ ବର୍ଷେ ଝର ଝର

ଅତୀତ ଅକୁହା ଖଟା ମିଠା ସ୍ଵର

ବସେଇ ରଖେଇ ଜମା ଦଉନି ।


ମୂଷଳ ଧାରାରେ ପାଣି ଗଳୁଛି

ସାଥେ ଘଡ଼ଘଡ଼ି ଚଡଚଡି ଡରଉଛି

ଦ୍ଵି-ପହରରୁ ବାଦଲ ଛେଚୁଛି

ଥକୁନି ମେଣ୍ଟୁନି ବର୍ଷା ନାକଚଢିର ରାଗ

ଥେଇ ଥେଇ ନାଚୁଛି କୁଟକୁଟା କାଚୁଛି ।


ଘୂର୍ଣ୍ଣିବଳୟ ସାଥିରେ ଆଣିଛି ଧରି

ହାତିଶୁଣ୍ଡିଆ ଭନ୍ଦ୍ରଧନୁ ପଶ୍ଚିମେ ଉତାରି

ହେବ କି ମିଳିତ ଖଣ୍ଡ ପ୍ରଳୟ ଛବି ?

ମେଘୁଆ ପାଗରେ ଅବିଶ୍ରାନ୍ତ ବର୍ଷାରେ

ରାସ୍ତାରେ ଆଣ୍ଠୁଏ ପାଣି ସୁଅ ଧାଏଁରେ

ସର୍ବତ୍ର ଜଳତରଙ୍ଗ ଜଳମଗ୍ନ ଜଳଡୁବି ।


ଝରକା ସେପାଖେ ତୁହାକୁ ତୁହା ଗର୍ଜନ

ମନରେ କୁତୁକୁତୁ ଖାଣ୍ଡବ ଦହନ

ତନୁ ମନେ ଖୋଜେ ଆପଣା ମଣିଷ

ପ୍ରେମ ପ୍ରଣୟର ମଧୁଝରା ଆଶ୍ଳେଷ


ଆକାଶ ବାଦଳ ସିନା ତିନ୍ତେଇ ଅବନୀ

ଖୁସିରେ ଗଦଗଦ ଅବ୍ୟକ୍ତ ଆବାହନୀ


ମୋ ଅନ୍ତର ତଳେ ଜଳେ କିଆଁ ବିରହ ନିଆଁ ?

ନିର୍ବାପିତ ହେବ କି ନ ହେବ କିଏ କହିବ

ମନ ପବନେ ଉଡ଼େ ସଭ୍ରମେ କୁହୁଳେ ଧୂଆଁ


ସବୁଜ ପତର ଧାରୁ ଝରୁନି ଟପ ଟପ ବାରି

ମୋ ଅନ୍ତର କାନ୍ଦଣା ଜାଣିପାରିଲା କି ଚତୁରି

ବେନି ଜନେ ସମଯଶା ସମ ନାବରେ ନାଉରୀ

କାନ୍ଦି କାନ୍ଦି ନୟାନ୍ତ ନିଃସଙ୍ଗ କଳା ଶର୍ବରୀ


ମୋ କାନ୍ତ ପ୍ରାଣନାଥ ପାଶେ ବାରତା ଦେବୁ

ବିରହୀ ପ୍ରୀୟାର ରାଣ କହିବୁ ବାଟ ଉଗାଳିବୁ

କାଗଜ ନୋଟ ପଛରେ ମିଳିବ ଅନେକ ଅଧିକ

ଆଉ କି ଆସିବ ଏମିତି ଶୁଭ ଲଗନ ମାତ୍ରାଧିକ


ଋତୁ ଶୃଙ୍ଗାର ଶ୍ରାବଣ ବୟାର ମଞ୍ଜ ଥରେଇ 

ପାଣିପାଗ ପ୍ରେମ ପ୍ରଣୟର କହି କହି

ବାହାରେ ଥକୁନି ଥମୁନି ମେଘ ମହ୍ଲାର ପାଷାଣ୍ଡ

ଢାଳୁଛି ଧରଣୀ ମୁହେଁ ଅଥୟ ବର୍ବର କାଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy