STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବଞ୍ଚିଛି କଂସ

ବଞ୍ଚିଛି କଂସ

1 min
309


ଶୁଣ ହେ କୃଷ୍ଣ ମରିନି କଂସ

   ହସୁଛି ଠୋ‌ ଠୋ,

ତା' ଉପଦ୍ରବେ ଧରିତ୍ରୀ ମାତା

   କାନ୍ଦୁଛି ଭୋ‌ ଭୋ‌।


ବକା‌ ବଞ୍ଚିଛି ଷଣ୍ଢା‌ ବଞ୍ଚିଛି

   ଅଛି ଶକଟାସୁର,

ପ୍ରଳମ୍ବାସୁର କରେ ପ୍ରଳୟ

   ଶୁଭୁଛି‌ ହାହାକାର।


ପୁତନାମାନେ ସୁନ୍ଦରୀ ବେଶେ

   ସବୁଠିଁ ବୁଲୁଛନ୍ତି,

କ୍ଷୀର ପିଆଉ ପିଆଉ‌ ପ୍ରାଣ

   ଲୁଟିକି‌ ନେଉଛନ୍ତି।


ପୁରାଣ କୁହେ ମାରିଛ ତୁମେ

   ଏ ସବୁ ରାକ୍ଷସଙ୍କୁ,

ମୁଁ କିନ୍ତୁ କୁହେ ମାରିଛ‌ ମାତ୍ର

   ତାଙ୍କର ଶରୀରକୁ।


ଆତ୍ମା ତାଙ୍କର ଏବେ ସବାର

   ପ୍ରତିଟି ହୃଦୟରେ,

ସକଳ ଘଟେ ହେ ନାରାୟଣ

   କହିଛ ମିଛଟାରେ‌।


ରହିଛ ଯେବେ ସବୁରି ହୃଦେ

   ବସିଛ ସବୁ ପ୍ରାଣେ,

କେଉଁ କାରଣେ ମଣିଷ ଧାଏଁ

   ଅବାଟେ‌ ପ୍ରତିକ୍ଷଣେ‌।


ହଜିଯାଇଛି ମାନବିକତା

   ଆସୁରୀ‌ ମାତିଛନ୍ତି,

କି ଧର୍ମ ସଂସ୍ଥାପନ କରିବ

  କୁହ ହେ ଭାବିଚିନ୍ତି। 


ମିଛ ଭିଆଣ କରିଛ କୃଷ୍ଣ

  ଜନମି‌ ବନ୍ଦୀଘରେ‌,

ନିଜେ ମୁକୁଳି‌ ଅନ୍ଯେ ବାନ୍ଧିଲ

  ସଂସାର ବନ୍ଧନରେ‌।


କଂସକୁ ଯଦି ନ ଥାନ୍ତ‌ କହି

  ଶୂନ୍ୟରୁ ମୃତ୍ୟୁ ବାଣୀ,

କଂସ କାହିଁକି ଥାଆନ୍ତା‌ ମାରି

  ତୁମ ଭାଇ ଭ‌ଉଣୀ‌।


ନାଟୁଆ‌ କୃଷ୍ଣ ଦେଖିଲ ନାଟ

  ମାତା ପିତାଙ୍କ ଦୁଃଖ,

ମାୟାରେ ଜନ ମନ ମୋହୁଛ

  ପାଇଛ ଗୋପୀ ସୁଖ।


ସରିନି ତୁମ ମହାଭାରତ 

  ଚାଲିଛି ଘରେ ଘରେ,

ନିତି ଦ୍ରୌପଦୀ ଶୀକାର ହୋନ୍ତି

  ଦେଖ ଏ କଳିକାଳେ‌।


ହାରି ଯାଆନ୍ତି ଧର୍ମ ଯୁଧିଷ୍ଠି‌

  ହସନ୍ତି ଦୁର୍ଯ୍ୟୋଧନ,

ଶୁଣୁନି‌ ଆଜି ଗୀତା ରହସ୍ୟ

  ପ୍ରିୟ ସଖା ଅର୍ଜୁନ।


ଏତିକି ତମ ମାନିଛୁ ଗୁଣ

  ଆଜି ହେ କୃଷ୍ଣ ଜାଣ,

ତୁମ ରାହାସ ଆମେ କରୁଛୁ

  ତୁମଠୁଁ‌ ବହୁଗୁଣ‌।


କିଏ କହୁଛି କୃଷ୍ଣ କେମିତି

  ମାଇଁକୁ‌ କଲେ ପ୍ରୀତି,

ତେଣୁ ମଣିଷ ଭୁଲି ହିସାବ

  କରେ ଦୁର୍ନାମ‌ କୀର୍ତ୍ତି।


ତୁମ ଯୁଗଳ ମୁରତି‌ ଦେଖି

  ଆଜି ଯାଉଁଳି‌ ଯୋଡ଼ି,

ଏକାମ୍ର ପାର୍କ ବୁଲନ୍ତି ନିତି

  ପାଠ ବାହାନା କରି‌। 


ତୁମର ପ୍ରେମ ତୁମ ରାହାସ

  ବ୍ରଜବାଳୀଙ୍କ ଭାବ,

କିଏ ବା କାହୁଁ ବୁଝିପାରୁଛି‌

  ଯେଣୁ ଏ କଳିଯୁଗ।


ମୁଁ କିନ୍ତୁ ବୁଝେ ଭବ ସାଗରେ

  କୃଷ୍ଣ ତରେଇଟିଏ,

ମୋ ଭଙ୍ଗା ତରୀ କରିବ ପାରି

  ଆହୁଲା ଧରିଥାଏ‌।


ଆଜି ମୋ କୃଷ୍ଣ ନିଅ ଜନମ‌

  ଆସ ହେ ଧରାଧାମେ‌,

ଆସୁରୀ‌ ବଳ ନିପାତ‌ କର

  ବିରାଜ ପ୍ରତି ପ୍ରାଣେ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy