ସାହିତ୍ୟ ହୋଇଛି "ବ୍ୟବସାୟର ଆଡ୍ଡା"
ସାହିତ୍ୟ ହୋଇଛି "ବ୍ୟବସାୟର ଆଡ୍ଡା"
ଦେଖି ଆଖ ପାଖର ସରବ କରୁଣ
ଦୃଶ୍ୟାବଳିକୁ
ଶକ୍ତିଶାଳୀ କରେ କବି ସଦା ତାର
କଲମ ମୁନକୁ |୧|
ସାହିତ୍ୟ ଦର୍ଶାଏ ସମାଜର ଚିତ୍ର
ପ୍ରତିମା ସରବକୁ
ଜଗତରେ ହୋଇଥାଏ ଦରକାର
ସାଧନା କରିବାକୁ |୨|
ଲେଖନୀ ମୁନରୁ ସଦା ନିସୃତ ସେ
ଧାରା ଶ୍ରାବଣରୁ
ସ୍ୱତନ୍ତ୍ର ପରିଚୟ ଦିଏ ସାହିତ୍ୟିକ
ନିଜ ଦୃଷ୍ଟି ବଳରୁ |୩|
ସେପରି ସାହିତ୍ୟ ବୋଲାଏ ସଦା
ଜଗତ-କାଳଜୟୀ
ବିଶ୍ଵଦରବାରେ ହୋଇ ଆଦୃତ
ଇତିହାସେ ଉଜ୍ଵଳମୟୀ |୪|
ଶିଷ୍ଠତା, ଭଦ୍ରାମି, ଲଜ୍ଜ୍ୟା, ଧୀର,
ଧୈର୍ଯ୍ୟ ଓ ସହିଷ୍ଣୁତା
ଯୁଗେ ଯୁଗେ ସାହିତ୍ୟିକର ରହିଛି
ଏ ସବୁ ଶାଳୀନତା |୫|
ଅନ୍ଧକାରକୁ ଦୂର କରିବାର୍ଥେ,
ସୃଷ୍ଟି ହୁଏ ନୂତନ କ୍ରାନ୍ତି
ସେ ଆଲୋକରେ ହଜିଯାଏ
ଅନ୍ଧକାର, ଅଛି କିମ୍ବଦନ୍ତୀ |୬|
ଯିଏ ସାଧନାରେ ସିଦ୍ଧି ପାଇଯିବାର
ଅହଂଭାବ ଭରେ
ଆତ୍ମବଡିମାରେ ରହି ଯାଏ
ସତ୍ୟତାର ବହୁ ଦୁରରେ |୭|
ମନେରଖ, ସୃଷ୍ଟିର ଅନ୍ତ ନାହିଁ,
ସ୍ରଷ୍ଟାକୁ ସୃଷ୍ଟି କରିବାରେ
ହରାଏ ବୁଦ୍ଧି, ବିବେକ, କଳ୍ପନା
ଶକ୍ତି, ମୁଁ ର ଅନୁପ୍ରବେଶରେ |୮|
ଇର୍ଷା ଓ ଆସହିଷ୍ଣୁତା ମନେ ପଶେ
ମୁଁ ର ଅନୁପ୍ରବେଶରେ
ଚିନ୍ତା ନଥାଏ ତାଙ୍କର ସମୂହ ସ୍ୱାର୍ଥ
ଓ ସମାଜ ସ୍ୱାର୍ଥ ରେ |୯|
ନିଜ ସ୍ୱାର୍ଥ ପାଇଁ ଲାଗି ପଡନ୍ତି ଅଯଥା
ପ୍ରଶଂସା ଦେବାରେ
କେଇକ୍ଷଣରେ ସବୁକିଛି ପାଇଯିବାର
ଅଦମ୍ୟ ଅଭିଳାସାରେ |୧୦|
କରି ବସନ୍ତି ଅନେକ କ୍ଷତି ଭୁଲି
ସାମାଜିକ ଦାୟିତ୍ୱବୋଧକୁ
ବନ୍ଧା ପକେଇ ଥାଆନ୍ତି ନିଜ ଆତ୍ମ
ସଂଯମ ଓ ଆତ୍ମମର୍ଯ୍ୟାଦାକୁ |୧୧|
ଫଳତଃ ଅବକ୍ଷୟ ଘଟିଛି ଦେଖ,
ଆଜି ସାହିତ୍ୟ ଜଗତରେ
ସାହିତ୍ୟ ପାଲଟିଛି ଏକ ନିଚ୍ଛକ
"ବ୍ୟବସାୟର ଆଡ୍ଡା" ରେ |୧୨|