STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଦେଖି ନାହିଁ ଦିନେ ନେତ୍ରେ

ଦେଖି ନାହିଁ ଦିନେ ନେତ୍ରେ

1 min
215


ଶୁଣପ୍ରଭୁ ନିରାକାର    କର ଦୁଃଖ ଦୂର ମୋର 

 ଦେଖି ନାହିଁ ଦିନେ ପ୍ରଭୁ ରୂପ ତୋହର 

ଚିନ୍ତାର ଘନ ଅନ୍ଧାର     କରୁଛି ସଦା ଅଥୟ

ନିରାକାରହେ ଶୁଣିବୁ ଗୁହାରି ମୋର।

ଯନ୍ତ୍ରଣା ଅତି ହିଁ ହେଉଛି

ଚିନ୍ତାର ସାଗରେ ମୁହିଁ ନିତ୍ୟେ ଭାସୁଛି !!


ଦେଖି ନାହିଁ ଦିନେ ମୁହିଁ ‌  ତଥାପି ଭରସା ତୁହି

ଭକ୍ତିରେ ତୋହରି ମୁହିଁ ସଦା ରହିଛି 

ଛାଡି ନାହିଁ ଦିନେ ପ୍ରଭୁ   ଭୁଲିନାହିଁ ଦିନେ ମୁହିଁ

ହୃଦୟରେ ମୋ'ର ତୋର ନାମ ଗୁଞ୍ଜୁଛି।

ବୃଦ୍ଧ ଏ ବୟସ ମୋହର

  ଦିଶୁଛି ଅଗ୍ରେ ପ୍ରଭୁ କେବଳ ଅନ୍ଧାର !!


ସବୁ ଜାଣୁ ଅଛୁ ତୁହି ‌  ଦେଖୁ ଅଛୁ ନେତ୍ରେ ତୁହି

 ନଜର କିମ୍ପା ନ ପଡ଼େ ପ୍ରଭୁ ତୋହର ?

କେଉଁ ପାପ କରି ଅଛି  ତାହା ଅବା ଭୋଗୁ ଅଛି 

ତାହା ପାଇଁ କିବା ଏହୁ ଅବସ୍ଥା ମୋର ।

ଦୂର କରହେ ନିରାକାର

କରି ଅଛି ଯଦି ପାପ  ଜ୍ଞାନେନାହିଁ କିଛି ମୋର 

ଗୃହ ଧର୍ମ ଏ ଭୟଙ୍କର !!


ପରା ତୁମେ କୃପାସିନ୍ଧୁ   ଭାବର ତୁ ଜଗବନ୍ଧୁ

  କରି ଦିଅ ପ୍ରଭୁ ଦୂର ଚିନ୍ତା ମୋହରି

ଅଟେ ବୃଦ୍ଧ କାଳ ଦୁଃଖ ଲାଗେ ଅତି କଷ୍ଟକର 

ଘୁଞ୍ଚାଇ ଦିଅ ତା ପ୍ରଭୁ କରୁଣା କରି।

 ଡ଼ାକୁ ଅଛି ମୁଁ ନିରନ୍ତର 

ପ୍ରଭୁହେ ଏ ଦୁଃଖ ଯନ୍ତ୍ରଣା ଦୂର କର !!

     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract