ଆଉଥରେ ଆସ
ଆଉଥରେ ଆସ
ସତ କୁହ ବାପୁ
ଆଉ ଥରେ ଆସିବାକୁ
ତୁମେ କ'ଣ ଇଛା କରୁନ?
ତୁମରି ସ୍ବପ୍ନ ର ଭାରତ
ଏବେବି, ତୁମ ଅପେକ୍ଷା ରେ...
ଶିଖେଇଥିଲ, ସତ କହିବାକୁ
ଅହିଂସା ମାର୍ଗରେ ଚାଲିବାକୁ
କାଟି ପିନ୍ଧି, କୁଟି ଖାଇବାକୁ
କିନ୍ତୁ, ଥରୁଟିଏ ଆସି ଦେଖିଯାଅ, ବାପୁ ।
ତୁମ, ସ୍ବପ୍ନ ର ଦୁନିଆଁ କୁ ଥରେ..
ସବୁ ଏଠି ମାଗଣା ରେ ମିଳୁଛି
ଖଟିବାକୁ, ଆଉ କିଏ ବା ଚାହୁଁଛି
ଠକାମି ହାଟରେ..... ସଉଦା ବିକୁଛି ଦଲାଲ
ନେବା ପାଇଁ, ମନ୍ତ୍ରଣା......
ସବୁ କୁଟ, କପଟ ଛଳନା...
ସ୍ୱଛତା ର ଡିଣ୍ଡିମ ବାଜୁଛି
କିନ୍ତୁ.... ସବୁ ମିଛ..... ସବୁ ପ୍ରହେଳିକା
ଥରୁଟିଏ ଆସନା.....
ଏମିତି ବରଷକେ ଗୋଟେ ଦିନ
ଟିକେ ଛୁଟି ନେଇ, ଆସି ବୁଲିଯାଅ.....
ହଁ, ତୁମ ଲଉଡ଼ି ଟି ନିଶ୍ଚୟ ଆଣିବ
ବାଟରେ...... ଅନେକ ଖାଲ ଖମା....।।
