STORYMIRROR

Bharati Bhusan Das

Abstract Tragedy

4  

Bharati Bhusan Das

Abstract Tragedy

ଆଉଥରେ ଆସ

ଆଉଥରେ ଆସ

1 min
329

ସତ କୁହ ବାପୁ

   ଆଉ ଥରେ ଆସିବାକୁ

ତୁମେ କ'ଣ ଇଛା କରୁନ?

ତୁମରି ସ୍ବପ୍ନ ର ଭାରତ

ଏବେବି, ତୁମ ଅପେକ୍ଷା ରେ...

ଶିଖେଇଥିଲ, ସତ କହିବାକୁ

    ଅହିଂସା ମାର୍ଗରେ ଚାଲିବାକୁ

କାଟି ପିନ୍ଧି, କୁଟି ଖାଇବାକୁ

କିନ୍ତୁ, ଥରୁଟିଏ ଆସି ଦେଖିଯାଅ, ବାପୁ ।

  ତୁମ, ସ୍ବପ୍ନ ର ଦୁନିଆଁ କୁ ଥରେ.. 

ସବୁ ଏଠି ମାଗଣା ରେ ମିଳୁଛି

   ଖଟିବାକୁ, ଆଉ କିଏ ବା ଚାହୁଁଛି

ଠକାମି ହାଟରେ..... ସଉଦା ବିକୁଛି ଦଲାଲ

   ନେବା ପାଇଁ, ମନ୍ତ୍ରଣା......

     ସବୁ କୁଟ, କପଟ ଛଳନା...  

ସ୍ୱଛତା ର ଡିଣ୍ଡିମ ବାଜୁଛି

      କିନ୍ତୁ.... ସବୁ ମିଛ..... ସବୁ ପ୍ରହେଳିକା

ଥରୁଟିଏ ଆସନା.....

      ଏମିତି ବରଷକେ ଗୋଟେ ଦିନ

   ଟିକେ ଛୁଟି ନେଇ, ଆସି ବୁଲିଯାଅ.....

      ହଁ, ତୁମ ଲଉଡ଼ି ଟି ନିଶ୍ଚୟ ଆଣିବ

   ବାଟରେ...... ଅନେକ ଖାଲ ଖମା....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract