ହେ ଦେବୀ
ହେ ଦେବୀ
ହେ ଦେବୀ ତୁ ବି ତ ନାରୀ
ତାହେଲେ ତତେ ସେଠି ପୂଜା କଲାବେଳେ
ଏଠି ଆଉ ଗୋଟେ ନାରୀ ଧର୍ଷିତା କାହିଁକି ?
ହେ ଦେବୀ ତୁ ବି ତ ଗୋଟେ ମା
ମା ମା କହି ତତେ ହାତ ଯୋଡିଲା ବେଳେ
ଏଠି ଆଉ ଜଣେ ମା ବୃଦ୍ଧାଶ୍ରମେ କାହିଁକି ?
ହେ ଦେବୀ ତୁ ବି ତ ଗୋଟେ ଝିଅ
ଝିଅ ବୋଲି ତୁ ଉଚ୍ଚେ ରହିଲା ବେଳେ
ଆଜି ଆଉ ଜଣେ ନାରୀ ପେଟରେ ଭ୍ରୁଣ ହତ୍ୟା କାହିଁକି ?
ହେ ଦେବୀ ତୁ ବି ତ କାହା ଭଉଣୀ
ଜଣଙ୍କ ହାତେ ତୁ ରାକ୍ଷୀ ବାନ୍ଧିଲା ବେଳେ
ଏଠି ଜଣେ ନିଜ ବେକେ ଫାଶି ଦିଏ କାହିଁକି ?
ହେ ଦେବୀ ତୁ ବି ତ ଜଣେ ସ୍ତ୍ରୀ
ତତେ ଜଣେ ସତୀ ମାନିଲା ବେଳେ
ଏ କଥା କୁହା ମଣିଷ ପାଖେ ହୁଏନି କାହିଁକି ?
ହେ ଦେବୀ ତୋ ପଥର ମୂର୍ତ୍ତି ଉପରେ
ଶହ ଶହ ଭୋଗ ଲାଗୁଥିଲା ବେଳେ
ତୋ ମନ୍ଦିର ଦୁଆରେ ସେ ଭୋକିଲା କାହିଁକି?
ହେ ଦେବୀ ତତେ ହଜାରେ ପାଟ ବସ୍ତ୍ର ଦାନ କଲାବେଳେ ଏଠି ଜଣେ ବିବସନା ହୁଏ କାହିଁକି ?
