STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଅନୁତାପ

ଅନୁତାପ

1 min
179


ସମାଧାନର ସମସ୍ତ ସୂତ୍ର 

ହୋଇଯାଏ ମନ ହୃଦୟ ପବିତ୍ର 

ପୂଣ୍ୟ ମିଳେ କଲେ ପରିତାପ 

ଅନୁତାପ ଅନଳେ ଧୋଇଯାଏ ପାପ 


ଭୁଲ କରିବା ପୁର୍ବରୁ ଭାବିନେଲେ 

ଡର ନିନ୍ଦା ଅନୁଶୋଚନା ନଥାଏ ଭଲେ 

ଝୁଣ୍ଟେ ମଣିଷ ବାଟ ଯେବେ ଚାଲେ 

ଜୀବନଟା ବନ୍ଧା ପରା ନିଆଁ ଝୁଲେ 


ବୃଦ୍ଧ କାଳେ ପିତାମାତାଙ୍କୁ ଅଣହେଳା 

ନକଲେ ଅନୁତାପ ଅନଳେ ନବୁଡେ ଭେଳା 

ଅନ୍ୟକୁ କଟୁ କଥା କହି ନକର ଲୀଳା 

ଦୁଃଖି ରଙ୍କି ମାଗୁଥିଲେ ଦିଅ ନକରି ହେଳା 


ଦେବ ବିପ୍ର ଅତିଥିରେ ରଖି ମନ 

ଜୀବନଟା ସାରା ସଂଚିଲେ କଣ ହେବ ଧନ 

ପର ସ୍ତ୍ରୀ ପର ଝିଅଙ୍କୁ ମଣି ନିଜ ସମ 

ସାର୍ଥକ ହେବ ଧନଧାନ୍ୟ ପୁଣି ମହାପୂଣ୍ୟ 


ପ୍ରେମରେ ପ୍ରତାରଣା କରିବା କିଆଁ 

ଅନୁତାପ ଅନଳରେ ଥିବକି ଅସ୍ତିତ୍ୱର ନିଆଁ 

ଜଳିଯିବ ହୃଦୟ ଦେଖାଯିବନି ଧୂଆଁ 

ଭାବିଚିନ୍ତି କାମ କଲେ ଖୁସିର କିମିଆଁ 


ଭୁଲ ଯଦି ହୋଇଯାଇଅଛି ଅଜାଣତେ 

ଅନୁତାପ କରିବାକୁ ହେବ ପଶ୍ଚାତାପେ 

ପ୍ରେମ ନାମେ କଳଙ୍କ କାଳିମା ଗୁପତେ 

ନହୋଇ ଅନୁତପ୍ତ ଚାଲିବା ତ୍ୱରିତେ ନିରତେ


ସତରେ ଅନୁତାପ ମହନୀୟ ତୁମେ 

ତୁମ ଶବ୍ଦ ନଥିଲେ ବଞ୍ଚି ହୁଅନ୍ତାନି ଏ ଜନ୍ମେ 

ତୁମେ ଶତ ପ୍ରତିଶତ ମରମେ ମରମେ 

ଅନୁତାପ ଫୁଲ ମନ ମରୁଦ୍ୟାନେ ତୁମେ 


ଶବ୍ଦରେ ଶବ୍ଦର ବିଶ୍ଲେଷଣ

ଭୁଲ ପରେ ଅନୁତାପର ସମ୍ଭାଷଣ 

ମଣିଷର ମିଛ ଅହମିକା ଆବରଣ 

ପଶ୍ଚାତାପ ଅନଳରେ ଅନୁତାପ ବିକିରଣ 






Rate this content
Log in

Similar oriya poem from Tragedy