STORYMIRROR

Samita Swain

Tragedy

3  

Samita Swain

Tragedy

ଇଏ କି' ବିଚାର ପ୍ରଭୁ

ଇଏ କି' ବିଚାର ପ୍ରଭୁ

1 min
260

ନିଦଭରା ରାତି ସପନ ଦେଖୁଛି 

   ମଧୁଭରା ଜୋଛନାରେ

କିଏ ସର୍ବ ହରା ଲୁହରେ ଭିଜୁଛି 

   ଉଆଁସର ଅନ୍ଧକାରେ।।


କାମନ ଚାନ୍ଦିନୀ ସୁମନରେ ଭରା

   ଜୀବନର ମଧୁବନେ 

କିଏ ଉଜାଗର ବିନିଦ୍ର ରଜନୀ 

   ଉଦାସ ଭରା ଜୀବନେ।।


ତୁଳୀତଳ୍ପ ଶେଯେ କିଏ ଶୋଉଥାଏ

    ମଖମଲ୍ଲୀ ବିଛଣାରେ 

କାହାକୁ ମିଳେନି ଶୋଇବାକୁ ଯାଗା 

   ଖାଲି ମାଟି ଚଟାଣରେ।।


ପାଟ ପିତାମ୍ବରୀ କାହାର ବସନ

    ମୂଲ୍ଯବାନ୍ ଆଭୂଷଣ

କିଏ ପାଏ ନାହିଁ ଚଉଠେ କପଡା 

 (ଲଜ୍ଯା) କରିବାକୁ ନିବାରଣ।।


କାହାପାଇଁ ପ୍ରଭୁ ସଜେଇ ରଖିଛ 

   ସୁଖ, ସମୃଦ୍ଧି ଓ ଶାନ୍ତି 

ପୁଣି କାହାପାଇଁ ଡହକ ଖରାର

   ଝାଞିର ପ୍ରଖର ତାତି।।


ହେ ପରମେଶ୍ବର ଇଏ କି' ବିଚାର

   ନ ପାରଇ ମୁହିଁ ଜାଣି

ସୁନ୍ଦର ସୃଷ୍ଟିକୁ ସୁଖରେ ସଜେଇ 

   ଭରିଦିଅ ଶାନ୍ତି ପୁଣି।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy