STORYMIRROR

Binata Mohanta

Tragedy

3  

Binata Mohanta

Tragedy

ହେ ପ୍ରଭୁ ତମେ ସତରେ ନିଷ୍ଠୁର

ହେ ପ୍ରଭୁ ତମେ ସତରେ ନିଷ୍ଠୁର

1 min
225

 ହେ ପ୍ରଭୁ ତମ ରଚନା ଏ କି ପ୍ରକାର

 ପରୀକ୍ଷା ନେଲ ପୁଣି ସେହି ଯୁଗଳର

 ଯାହାଙ୍କର ଥିଲା ଏକ ପ୍ରାଣ ଦୁଇ ଶରୀର

 ଯୋଡ଼ି ଭାଙ୍ଗି ବୁଡାଇଲ ତାଙ୍କ ସଂସାର ।। 


 କପଟୀ ବୋଲି ତ ସଭିଁଏ ଜାଣନ୍ତି

 କପଟର ଜୀବନ୍ତ ଉଦାହରଣ ଭେଟିଲ

 କରୋନାର ତମେ ଚାଲ୍ ଚଲାଇଲ 

 ଏକ ସଦ୍ ଜନ ବ୍ୟକ୍ତିଙ୍କୁ ସାଥିରେ ନେଲ ।। 


 ବୃଦ୍ଧା ମାତାର କୋଳ ଶୂନ୍ୟ କଲ

 ସ୍ତ୍ରୀ ଠାରୁ ସ୍ୱାମୀ, ପୁତ୍ର ଠାରୁ ପିତା ହରଣ କଲ

 ଭ୍ରାତାର ସାହସକୁ ମାଟିରେ ମିଶାଇଲ

 ଏକ ଖୁସି ପରିବାରରେ ଦୁଃଖ ଭେଟି ଦେଲ ।। 


  ଏତିକିରେ ମନ ନ ଭରିଲା ତୁମର

  ଚାରିଦିନ ବାଦେ ବୃଦ୍ଧା ମାତାଙ୍କୁ ବି ଛଡାଇ ନେଲ

  ତୁମ ସୃଷ୍ଟିରେ ଏ କି ନ୍ୟାୟ ବିଚାର

  ଗଡାଇଲ ଦୁଇ ବଡ଼ ମୁଣ୍ଡ ଏକ ପରିବାରର ।। 


  ସାନ୍ତ୍ୱନା ଦେବାକୁ ସାହାସ ବା କାହାର

  ପରିବାର, ସାଙ୍ଗସାଥୀ ସଭିଙ୍କୁ କଲ ପ୍ରହାର

  ତମ ଶକ୍ତ ଚାପୁଡ଼ାର କାହା ପାଖେ ନାହିଁ ଉତ୍ତର

  ହେ ପ୍ରଭୁ ତମେ ସତରେ ନିଷ୍ଠୁର   ।। 



Rate this content
Log in

Similar oriya poem from Tragedy