STORYMIRROR

Barsha Swain

Romance Tragedy

4  

Barsha Swain

Romance Tragedy

ଆଖି ଖୋଲିଲେ

ଆଖି ଖୋଲିଲେ

1 min
274

କେବେ ଚାହିଁ ନଥିଲି

ଏଇ ବିସ୍ତୃତ ଆକାଶ ବକ୍ଷକୁ

କେବେ ଦେଖିବାକୁ ଚେଷ୍ଟା କରିନଥିଲି

ନିର୍ମଳ ଆକାଶେ ପୂର୍ଣ୍ଣିମାର ଜହ୍ନକୁ

ଆଜି କାଇଁ ମୁଁ ଖୋଜେ

ହଁ ଦେଖିବାକୁ ଚେଷ୍ଟା କରେ

ହେଲେ ପାରେନି

ଦେଖି ଅମାବାସ୍ୟାରେ ଜହ୍ନକୁ ।

 

ମୁଁ ନିରେଖି ଦେଖୁଥାଏ

ବହୁ ଦୂର ଦୂରାନ୍ତକୁ 

ଭାବୁଥାଏ ଏଣୁ ତେଣୁ

ମନେ ମନେ ଗୁଣୁ ଗୁଣୁ ହେଉଥାଏ

ଅସମ୍ଭବ ଭିତରେ ସମ୍ଭବକୁ ଖୋଜୁଥାଏ

ସବୁପରେ ବି ଭାବୁଥାଏ ତୁମକୁ 

ଖୋଜୁଥାଏ ତୁମ ଉପସ୍ଥିତକୁ । 


ଭିଜିଥିଲି ବହୁଥର ବର୍ଷାରେ

ହେଲେ କେବେ ଭାବିନି,

ଧୋଇନେଇ ଯାଏ ବର୍ଷା ଧୂଳି ଧୂସର 

ହେଲେ କିଛି ସ୍ମୃତି ଯେ ଦେଇଯାଏ  

ତାହା ଅନୁଭବ କରିନଥିଲି

ଅବା ଚାହିଁ ନଥିଲି

କିନ୍ତୁ ଆଜି ଭିଜିଯାଏ ମୁଁ ବିନା ବର୍ଷାରେ

ଓଦା ନହେଇ ବି ଦେହ ଭିଜିଯାଏ । 


ଦୂରୁ ଦେଖିଥିଲି ବିଶାଳ ନୀଳସାଗର

କେବେ ତା ଗଭୀରତା ମାପିବାକୁ 

ଅବା ତା ପ୍ରଗାଢ଼ତା କଳିବାକୁ

ଚାହିଁ ନଥିଲି ମୁଁ

କିମ୍ବା ଅନୁଭବ କରି ପାରିନଥିଲି  

 ହେଲେ ବୁଡିଯାଏ ଆଜି

ସେହି ଅତଳ ସାଗରେ 

ତଥାପି ତାହା ଭାରି ଆନନ୍ଦ ଦିଏ

ଆଖି ବନ୍ଦ କଲେ ବି ମୁଁ ତୁମକୁ ଦେଖେ

ଆଖି ଖୋଲିଲେ ବି ତୁମକୁ ଦେଖେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance