ରାଜରାସ୍ତାରେ ଶିକ୍ଷକ
ରାଜରାସ୍ତାରେ ଶିକ୍ଷକ
ମୁଁ ଜଣେ ଶିକ୍ଷକ
ମୋ ପାଖରେ ନାହିଁ କିଛି ଆତ୍ମସମ୍ମାନ
ମୋ ପାଖରେ ନାହିଁ କିଛି ଅଧିକାର
କେବଳ ବୋଲ ହାକ ମାନିବା ମୋର କାମ
ମୁଁ ଜଣେ ଦାୟିତ୍ୱବାନ୍ ବ୍ୟକ୍ତିତ୍ୱ
ପାଠ ପଢା ଛାଡି ଅନେକ କାମ ମୋର୍
ତଥାପି ସମାଜ୍ କହେ ମୁଁ ନିକମା
ମୁଁ ସର୍ଭେ କରେ ଖାଇବା ବୁଝେ
ବିପିଏଲ ଲିଷ୍ଟ ତିଆରି କରେ
ଇଲେକ୍ସନ ଡିଉଟି କରେ ହେଲେ
ବେଳେ ବେଳେ ହକ୍ କଥା କହିଲେ
ରାଜରାସ୍ତାରେ ଅପରାଧୀ ଭଳି ମାଡ଼ ଖାଏ
ମୁଁ ପରା ଶିକ୍ଷକ ପିଲାଙ୍କୁ ଶିକ୍ଷା ଦିଏ
ହେଲେ ପିଲାଙ୍କୁ କିଛି କହିବାର ଅଧିକାର
ବି ଆମର ନ ଥାଏ ।।
ସହିବାର ସୀମା ସେତେବେଳେ ଟପିଯାଏ
ଯେତେବେଳେ ତାକୁ ରେଳ ଷ୍ଟେସନ ଓ
ବସ୍ ଷ୍ଟେସନରେ ଡିଉଟି ଦିଆଯାଏ
ସବୁ ଆତ୍ମସମ୍ମାନ ପାଣିରେ ମିଳେଇଯାଏ
କର୍ତ୍ତବ୍ୟର ନାଆଁରେ security guardର
ଭୂମିକା ତୁଲେଇଥାଏ, 45 ଡିଗ୍ରୀ ସେଲସିଅସର ଢୋ ଢୋ ଖରାରେ ।।
ତଥାପି କିଛି କହିବାର ହକ୍ ନ ଥାଏ ଏ ଶିକ୍ଷକର ।। ବ୍ରିଟିଶ ସାମ୍ରାଜ୍ୟର କଥା ମନେ ଓ ନିଜକୁ ସେଇ ଦଳିତ ଅବହେଳିତ ସାଧାରଣ ଜନତାର ଦୁଃଖ ମନେ ପଡେ ।।
ଶିକ୍ଷା ଓ ଶିକ୍ଷକର ମୂଲ୍ୟବୋଧ ବୋଧହୁଏ ଆଜି ସରକାର ଜାଣି ପାରୁନାହାନ୍ତି ନା ଜାଣି ନ ଜାଣିବାର ଅଭିନୟ କରୁଛନ୍ତି । ଆଉ ଯେତେବେଳେ ଜାଣିବେ ବୋଧହୁଏ ବସିଥିବା ଚୌକି ପାଖରେ ନ ଥିବ , ଏବେ ବି ସମୟ ଅଛି ନିଜକୁ ସମ୍ଭାଳିରଖ ନଚେତ ସେ ସମୟ ଆସିବାକୁ ବେଶି ଡେରି ହେବନି ।।
