STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ଝିଅ

ଝିଅ

1 min
223

ଝି ର୍ ଜନମ୍ ପରର୍ ଘର୍ କେ

ନାଇଁନ ଆର୍ ଇଟା

ଝି ଇହାଛିନି ପହେଲା ଆନ୍

ଵେଟି ନୁହଁନ୍ ବେଟା ।।


ଟୁକେଲ୍ ନୁହଁନ୍ ଆର୍ ବୋଝ୍

ସେମିନେ ଘରର୍ ଲଛ୍ ମୀ

ଦିନ୍ କାଲ୍ ଵଦ୍ ଲି ଗଲାନ

ରାଗ୍ ଲେ କରିଦେଵେ ଜଖ୍ ମି ।।


ଦୁହି କୂଲ୍ କେ ହିତା ବଲିକରି

କହେସନ୍ ତାହାକୁ ଦୁହିତା

ପରହର୍ ଲାଗି ସବୁ ତେଜ୍ ସନ୍

ସତେ ଯେନ୍ ତା' ସୀତା ।।


ଝିର୍ ଜନମ୍ ଚୁଇଲ୍ ମୁଡ୍ କେ

ଆର୍ ନାଇନ ଆଝିର୍

ସବୁ ପରକାରର୍ କାମ୍ କଲେନ

ନାଇଁନ ଆଘର୍ ବାଗିର୍ ।।


ସବୁ ରୂପ୍ ଇ ଝି ନ ଥିସି

ମାଁ, ମାଏଝି, ବହେନ୍

ଶାଶ୍ ନନନ୍ଦ୍ ହେଇକରି ଇ

ଖଟେଇ ପାର୍ ସି ଅଏନ୍ ।।


ଝି କେ ଛି ନାଇଁ କହେବ

ସେମାନେ ସବୁର୍ ମୂଲ୍

ମାଁ ନାଇଁ ଥିଲେ ଇ ସନ୍ ସାରେ

ରହେବା କାଏଁ କୁଲ୍ ।।


ଝି ଆମର୍ ସବୁ ସହେସି 

ଧର୍ ତୀ ମାତାର୍ ବାଗିର୍

ରାଗି ଗଲେ ସେ ଦୁର୍ଗା ହେସି

ରୂପ୍ ଧର୍ ସି ଚଣ୍ଡୀ ର୍।।


ଆଝିର୍ ଝି ଦେଶ୍ ଚଲାସି

ଚଲାସି ଗାଡି ମଟର୍

ନାଇଁ ନ ଆଉ ଦୁର୍ ବଲିଆ

ଇମାନେ ଇ ଯୁଗର୍ ।।


ପ୍ରତିଭା ଦିଦି ଇନ୍ଦିରା ଦିଦି

ସଭେ ଇନର୍ ଝି

ସାନିଆ ଆର୍ ଦୁତୀ ଚାନ୍ଦ୍ ଭି

ଆମର୍ ଦେଶର୍ ଝି ।।


ସବୁ ମାଁ କେ ସବୁ ଝି କେ

କରୁଛେଁ ମୁଇଁ ଜୁହାର୍

ନାଇଁ କର୍ ଵ ଅନାଦର୍ ଭାଇ

କରୁଛେଁ ସବ୍ କୁ ଗୁହାର୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational