STORYMIRROR

Rajesh Pattanaik

Romance

3  

Rajesh Pattanaik

Romance

ତୁମରି ପାଇଁ

ତୁମରି ପାଇଁ

1 min
172


ତୁମ ପାଇଁ ପଦେ ଲେଖୁଛି ମୁଁ ଆଜି

  ଜୀବନ ସଙ୍ଗିନୀ ପରା

ମଝି ପାହାଚରେ ଛିଡ଼ାହୋଇଅଛି  

  ଭାବୁଛି ଜୀବନେ ହରା  ।।

ତୁମେ ଚାଲିଗଲ ବାପ ଘର ତୁମ

  ଛୋଟିଆ କଥାରେ ମୋର

ଅଭିମାନ କାହିଁ ଏତିକି କଥାରେ

  କରି ଦେଲ ମୋତେ ପର ।।

ଘର କରି ଥିଲେ ପଥର ପଡିଲେ

  ସହି ବାକୁ ହୁଏ ଯାଣ

ଛୋଟ ଛୋଟ କଥା ଧରିଛ କାହିଁକି

  ଫେରି ଆସ ତୁମେ ରାଣ ।।

ଭୁଲ୍ ବି ମାନୁଛି କ୍ଷମା ବି ମାଗୁଛି

 କ୍ଷମା କରିଦିଅ ଥରେ

ଭଲ ପାଏ ବୋଲି କହିଦେଲି ସିନା

  ବିନତି କରୁଛି ବାରେ ।।

ବାପ ଘର କଥା କହିବା ନ ଥିଲା 

  ନାହିଁ ମୋର ଅଧିକାର

ତୁମେ ବିତ ମତେ ଅପମାନ କଲ

  ନୁହେଁ କି ଏ ଅବିଚାର ।।

ଯାହା ହେବାର ତ ହୋଇଗଲା ଛାଡ଼

  ଭାବି ଲାଭ ନାହିଁ ଆଉ

ଫେରି ଆସ ଏବେ ଘରକୁ ବାହୁଡ଼ି

  ପଛ କଥା ପଛେ ଥାଉ ।।

ସାତ ଜନମର ସାଥି ପର। ତୁମେ

  ସାତ ଫେରା ନେଇଥିଲ

ସାତ ରଙ୍ଗେ ଆମ ଜୀବନ ରଙ୍ଗିବା

  କଥା ତୁମେ ଦେଇଥିଲ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance