STORYMIRROR

Rajesh Pattanaik

Children

3  

Rajesh Pattanaik

Children

ଶପଥ କରିବା ଆସ

ଶପଥ କରିବା ଆସ

1 min
185

ଆସରେ ପିଲାଏ ଶପଥ କରିବା

   ମିଛ କହିବନି କେବେ

ଦୁଃଖ କଷ୍ଟ ପାଇବା ଆମେରେ

  ଚୋରି କରିଵାନି ଆମେ ।।


ବାପା ମାଆଙ୍କର କଥା ଯେ ମାନିବା

  ଦୁଷ୍ଟାମୀ କରିବା ନାହିଁ

ସୁନାପିଲା ପରି ନାଆଁ ଯେ କରିବା

   କଥାଟି ଭୁଲିବା ନାହିଁ ।।


ଦେଶସେବା ପାଇଁ ମନ ବଳେଇବା

   କରିବା ଏ କଥା ଜାଣ 

ଏଥିପାଇଁ ଆମେ ପ୍ରାଣବଳି ଦେବା 

   ମୋ କଥାକୁ ଟିକେ ଶୁଣ ।।


ଦେଶ ପାଇଁ କେତେ ପ୍ରାଣ ବଳି ଦେଲେ

   ଏ ଦେଶ ଜାତିର ପାଇଁ

ଆମେ ଆଉ କିଆଁ ପଛରେ ରହିବା

   ଏ ଦେଶ ସନ୍ତାନ ହୋଇ ।।


ଭାରତ ମାତାର ସନ୍ତାନ ଆମେ

   ଏ ଦେଶର ବୀର ପୁଅ

ଦେଶର ଶତ୍ରୁକୁ ନିପାତ କରିବା

   ଜାଗ୍ରତ ସଭିଏ ରୁହ  ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children