ପିମ୍ପୁଡି ରାଜା
ପିମ୍ପୁଡି ରାଜା
ଦେଖୁଛି ସ୍ବପ୍ନ ମୁଁ, ବସିହୁଙ୍କା ତଳେ,
କ୍ଷୁଦ୍ର ଜୀବ ମୁଁ ପିମ୍ପୁଡି:
ପରିଶ୍ରମୀ ମୁହିଁ ଏହି ଦୁନିଆରେ,
ଯାଏ ବାନ୍ଧି ହୋଇ ଧାଡି::
ଭଗବାନ ପରି ମାନି ନେଇ ଅଛି,
ଉଦ୍ଭିଦର ବୀଜ ରାଶି:
ସୃଷ୍ଟିକର୍ତ୍ତା ମୋର ମାନବ ଜଗତ,
ଉତ୍ପାଦେ ସଶ୍ୟକୁ ହସି::
ଜତନେ ଅମାରେ, ସାଇତି ରଖୁଛି,
ବରଷକେ ପାଇଁ ଖାନା:
ଆମେ ଯେ ପିମ୍ପୁଡି, ହୋଇ ଭିଡ଼ାଭିଡି,
ବୋହିଆଣୁ ଶଶ୍ୟ ଦାନା::
ରାକ୍ଷଶ ପତଙ୍ଗ, ଝିଣ୍ଟିକା ଚମ୍ପେଇ,
ବୃହତ ଆମରି ପାଇଁ,
କ୍ଷୁଦାରେ ତାଙ୍କର, ଆହାର ପିମ୍ପୁଡି,
ତାଙ୍କୁ ଦେଖି ଡାକୁ ସ୍ୱାଇଁ::
କ୍ଷୁଦ୍ର ଯିବ ଆମେ ବଡ଼ ଦୁନିଆରେ,
p>
କର୍ମଠ ସର୍ବଦା ଆମେ,
ସର୍ବ ତରୁଲତା ପ୍ରାଣୀ ଠୁଁ ବିହଙ୍ଗ,
କାହିଁକି ବୃହତ ତୁମେ,
ନୀରବତା ରଖୁ, ଧାଡି ବାନ୍ଧି ଯାଉ,
ପରିଶ୍ରମ କରୁ ସଦା:
କ୍ଷୁଦ୍ର ବାଲି ମଧ୍ୟ, ଲାଗଇ ବୃହତ,
ଘର କରେ ଖୋଜି ବୁଦା::
ଝଡପବନ ରେ ସୁରକ୍ଷିତ ରୁହେ,
ମାଟି ତଳେ ଗୃହେ ମୋର:
ଚାହେଁନି ହେବାକୁ, ବୃହତ ଜଗତେ,
କରେ ନିଜସ୍ବକୁ ଆଦର::
ମୁହିଁ ରାଜା ଅଟେ, ମୋ ନିଜ କର୍ମରେ,
ପରିଶ୍ରମେ କରେ ସଞ୍ଚୟ:
ସଞ୍ଚୟ କରହେ, ମାନବ ସମାଜ,
ସଞ୍ଚୟରୁ ହୁଏ ଜୟ::
^^^^^^^^^^^^^^^^^^^^^^^^^^^^^^^
*********(ମହେଶ୍ୱର)*********
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର, (ଭଦ୍ରକ)