Manoj Kumar Panda

Children Stories


2.6  

Manoj Kumar Panda

Children Stories


ଅ ଠାରୁ ଲ ର ଉଚ୍ଚାରଣ

ଅ ଠାରୁ ଲ ର ଉଚ୍ଚାରଣ

1 min 1.1K 1 min 1.1K


କୁନା ମୁଣ୍ଡରେ ପଡିଚି ଚଢକ

କେମିତି ଶିଖିବ ଓଡିଆ ଅକ୍ଷର। 

କେତେ ଗୁଡିଏ ବର୍ଣ୍ଣ,

କେମିତି ରଖିବ ମନ।

ମା' ପାଖରେ ହୁଏ ଅଳି,

ଶିଖାଇଦିଅ ଗୋଟି ଗୋଟି କରି।


କୁହନ୍ତି ମା' ଶୁଣୁ କୁନା

ଓଷ୍ଠର ସ୍ଥିତିକୁ ଲକ୍ଷ୍ଯକରି

ବୃତ୍ତାକାର ରେ "ଉ" ,"ଓ"

"ଇ"," ଏ" ଅବୃତ୍ତାକାର,

ଅର୍ଦ୍ଧ ବୃତ୍ତାକାର ରେ "ଅ" ,"ଆ"

ଉଚ୍ଚାରିତ ହୁଏ ସ୍ବରବର୍ଣ୍ଣ ।


କଣ୍ଠ ସ୍ପର୍ଶ ରେ କ,ଖ,ଗ,ଘ

ଚ,ଚ୍ଥ,ଜ,ଝ ତାଳୁ ସ୍ପର୍ଶ-ସଂଘର୍ଷରେ,

ମୂର୍ଦ୍ଧନ୍ଯ ସ୍ପର୍ଶରେ ଟ,ଠ,ଡ,ଢ

ତ,ଥ,ଦ,ଧ ଦାନ୍ତ ସ୍ପର୍ଶରେ

ଓଷ୍ଠ ସ୍ପର୍ଶରେ ପ,ଫ,ବ,ଭ

ହୁଏ ଉଚ୍ଚାରଣ ।


ବାକି ରହିଗଲା ,

ଙ,ଞ,ଣ,ନ,ମ

ନାସିକା କଣ୍ଠ,ତାଳୁ,ମୁର୍ଧନ୍ଯ,ବର୍ସ୍ଯ,ଓଠରେ

ହୁଏତ ଉଚ୍ଚାରଣ ।


ପାର୍ଶିକ ବର୍ସ୍ଯ ଓ ମୁର୍ଧା ରେ "ଲ","ଳ"

ସଂଘର୍ଷ କାକଳ ରେ "ହ"

"ର" ଲୋଡିତ ବର୍ସ୍ଯରେ

ହୁଏ ଉଚ୍ଚାରଣ ।


ଶେଷରେ ବଳିପଡିଲା "ଐ" ,"ଔ"

ଏ ଦୁଇଟି ନା ସ୍ବର ନା ବ୍ଯଞ୍ଜନ ବର୍ଣ୍ଣ। 

ଏହିପରି ଉଚ୍ଚାରିତ ହୁଏ,

"ଅ" ଠାରୁ "ଲ'

ରଖିବୁ ଏହାକୁ ମନ ।


(ସ,ଶ,ଷ ଚ୍ଥାଡି ଦେଇଚି। କାରଣ ଏ ଗୁଡିକ ସାଧାରଣତ ଜାଣିଥାଉ ।)


Rate this content
Log in