STORYMIRROR

Kulamani Sarangi

Children

2.4  

Kulamani Sarangi

Children

କୁଆଡେ ହଜିଗଲ

କୁଆଡେ ହଜିଗଲ

1 min
23.4K



ପଲ୍ଲୀ କବିତା

------------------------


କୋଇଲି,କଜଳପାତି ଲୋ ! ଆମ୍ବଡାଳେ ଲୁଚିଚ,

ଏତେଦିନେ ଦେଖା ମିଳିଚି,କହ କେମିତି ଅଛ ?


କୁସୁମୀ ନଈର ସେପାରେ,ଥିଲା ଗହଳ ବନ,

କେତେ ପକ୍ଷୀ ତହିଁ ଥିଲେ ଲୋ,ଆଜି ସାତ ସପନ।


ଫୁଲଚୁଇଁ,କୁମ୍ଭାଟୁଆ ଲୋ ସାରୀ ,ନାହାକ ଶୁଆ,

ହଳଦୀ ବସନ୍ତ,ଡାହୁକ,ଚିଲ,ଶାଗୁଣା,କୁଆ।


ଖେଣ୍ଟେଇ ଟେଣ୍ଟେଇ ଡାଳରେ,ଡେଇଁ ନାଞ୍ଜ ହଲେଇ,

ଇଆ କଥା ତା ଆଗରେ କହୁଥାଏ ଫୁଲେଇ।


ମାଛରଙ୍କା ଜାମୁଡାଳରେ ବସି ପାଣିକି ଚାହିଁ,

ଡୁବ ମାରୁଥାଏ ଦଣ୍ଡେଇ ମୀନ ଗିଳିବାପାଇଁ।


ଗେଣ୍ଡାଳିଆ ପର ଉଡାଇ ଉଡୁଥିଲେ ଆକାଶେ,

ଚିଲ ଉଡୁଥିଲେ ଗଗନେ କେଡେ ମନ ଉଲ୍ଲାସେ।


ବାଲିଶୁଆ ନଈପଠାରେ ରହି ଗାତ ଭିତରେ,

ସକାଳୁ ଗାଧୋଉ ଥାଆନ୍ତି,ପାଣିଧାର କଡରେ।


ଗୋବରା ଚଡେଇ ବାଲିରେ ବସି କରନ୍ତି ସଭା,

କି କଥା ସେମାନେ ହୁଅନ୍ତି,କିଏ ବୁଝିବ ଅବା ?


ଧିଆନରେ ବସି ବାବାଜି ବଗ ପାଣିଧାରରେ,

ନଜାଣିଲାପରି ଦଣ୍ଡେଇ ଗିଳେ ମଝି ମଝିରେ।


ଅଚାନକ ଗଛ ଡାଳରେ ପଡିଯାଏ ଚହଳ,

ଛଞ୍ଚାଣ ଆସିଲେ ଉଡନ୍ତି ପକ୍ଷୀ ହୋଇ ବିକଳ।


ଡେରି କରେ ବୋକୀ କାବେତୀ,ହୁଏ ଆଗେ ଶିକାର,

ବଡ ଚାଲାକିଆ କୋଇଲି,ଉଡି ହୁଅଇ ପାର।


ଥିଲା ବରଗଛ ଝଙ୍କାଳ, ଯହିଁ ଶିବ ମନ୍ଦିର,

ହରଡ ଚଡେଇ,ବାଦୁଡି,ଗେଣ୍ଡାଳିଆଙ୍କ ଘର।


ଛର୍ ରା ବନ୍ଦୁକ ପକାଇ କାନ୍ଧେ ,ଆସେ ଶିକାରୀ,

ଗୋଟିଏ ଫୁଟିଲେ ପାଞ୍ଚଟି ପକ୍ଷୀ ପଡନ୍ତି ମରି।


ଷାଠିଏ ବରଷ ତଳର କଥା ହଉଚି ହେଜି,

କୋଇଲି,କଜଳପାତି ଲୋ ଦେଖି ତୁମକୁ ଆଜି।


କେତେ ପକ୍ଷୀ ହଜିଗଲେଣି ସମୟର ଗରଭେ,

କହିବାକୁ ଲାଜ,ସେ'ପାଇଁ ଆମେ ଦାୟୀ ସରବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children