ଜୀବନ
ଜୀବନ
ମଣିଷ ଜୀବନ ଦୁଇ ଦିନିଆ
ନାହିଁ କିଛି ଏଠି ସ୍ଥାୟୀ
ତଥାପି ମଣିଷ ମୁଁ ମୁଁ କହେ
ସବୁ ଏଠି କ୍ଷଣସ୍ଥାୟୀ ।
ଆଜିର ଜୀବନ କାଲି ଦେଖିନାହିଁ
ତଥାପି ଜାଣୁନି କିଛି
ମୁଁ କାର୍ ଶବ୍ଦ ଭୁଲି ପାରୁନାହିଁ
ଦିଗ ହରା ହେଉଅଛି ।
ଜୀବନ ନାଟକ ଚାରି ଦିନିଆ
ସରି ଯିବ ଏହି ଦିନ
ଧନ ସମ୍ପତ୍ତି ର ଲୋଭ ପାଇଁ ସିଏ
ହୋଇଯାଏ କେତେ ହୀନ ।
ଏକା ଆସିଅଛୁ ଏକା ହିଁ ତ ଯିବା
ଯିବେ ନାହିଁ କେହି ସାଥେ
ତଥାପି କାହିଁକି ମୋର ମୋର କହୁ
ଯାଅ ତୁମେ ସତ୍ୟ ପଥେ ।
ଯାହା ଚାଲିଗଲା ଭାବନାହିଁ ଆଉ
ଫେରିବନି ସେହି ଦିନ
ଅମଡା ବାଟ ତ ଫେରେନାହିଁ କେବେ
ଲଗାଅ ପ୍ରଭୁଠି ମନ ।
ମାନବ ସେବା ତ ମାଧବ ସେବାହେ
ରଖ ଭକ୍ତି ତାଙ୍କ ଠାରେ
ସେବା କରି ତାଙ୍କ ଦିନ କାଟିଦେଲେ
ଏଠି ସ୍ୱର୍ଗ ମିଳିପାରେ ।
