STORYMIRROR

Rajesh Pattanaik

Tragedy

3  

Rajesh Pattanaik

Tragedy

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

1 min
213


ନିର୍ବାପିତ ହେଲା ଜୀବନ ପ୍ରଦୀପ

  ଚିର ନିଦ୍ରା ହେଲା ତଵ

ତଥାପି ମନରୁ ପାସୋରି ପାଉନି

   କି ସୁନ୍ଦର ମନୋଭାବ ।।


କଳ୍ପନାର  ଅନ୍ତ ହୋଇ ପାରିବନି

   ଅମର ରହିବ ତୁମେ

ଦୀପଶିଖା ସିନା ଲିଭିଗଲା ତୁମ

   ଅନ୍ତରେ ରଖିବୁ ଆମେ ।।


ଉଚ୍ଚ ଅଧିକାରୀ ଥିଲ ସିନା ତୁମେ

   ନ ଥିଲା ମନରେ ଗର୍ବ 

ମଣିଷ ପଣିଆ ଭରି ରହିଥିଲା 

    ଦରଦ ମନର ଭାବ ।।


ଈଶ୍ୱରଙ୍କ ପାଖେ ଏତିକି ପ୍ରାର୍ଥନା

   ଚିର ଆତ୍ମା ଶାନ୍ତ ରହୁ

ସବୁ ଦିନ ପାଇଁ ଆମର ରହିବେ

   ଏତିକି ମାଗୁଣି ହେଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy