Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Pattanaik

Children

3  

Rajesh Pattanaik

Children

କୁନା ଆମର ସୁନା ପିଲାଟି

କୁନା ଆମର ସୁନା ପିଲାଟି

1 min
193



କୁନା ଆମର ସୁନା ପିଲାଟି

  ସତ କଥା ଟି କହେ

ବାପା ମାଙ୍କ କଥାସେ ମାନେ

  ସଫା ସୁତୁରା ରହେ ।


ନୀତି ଦିନ ସେ ସ୍କୁଲକୁ ଆସେ

  ରହେନି କେବେ ଘରେ

ପାଠ ପଢ଼ାରେ ତା ମନ ଥାଏ

  କାମ ତା ଠିକ୍ କରେ ।


ଗୁରୁଜନଙ୍କୁ ସମ୍ମାନ ଦିଏ 

  ହେଳା କରେନି କେବେ

ସଙ୍ଗସାଥୀଙ୍କୁ ଆଦର କରେ

  ଭଲ ପାଆନ୍ତି ସଭେ ।


ଅଜା ଆଈ ଙ୍କ ଗେହ୍ଲା ସେ ପରେ

  ନିତି ତାଙ୍କର ପାଖେ 

ବଙ୍କୁଳି ବାଡ଼ି ଚଷମା ସବୁ

  ସାଇତିକରି ରଖେ ।


ଜୀବଙ୍କୁ କରେ ଦୟା ଟି ସିଏ

  କରେନି କିଛି କ୍ଷତି

ରୋଗିଣା ହେଲେ ଫିଙ୍ଗି ଦିଏନା

  ସେନେହ ତାଙ୍କ ପ୍ରତି ।


ଶୌଚଳୟ ର ବ୍ୟବହାର ଟା

  ଜାଣିଛି ପରା ସିଏ

ଖାଇବା ଆଗରୁ ଖାଇବା ପରେ

  ହାତ ସାବୁନୁରେ ଧୁଏ ।


ବଡ଼ ମଣିଷ ହେବ ସେ ଦିନେ

  ଜାଣିଥାଅ ରେ ପିଲେ

ତା ଭଳି ଅବା ହେବକି ଆଉ

  ଯେତେବି କାମ କଲେ ।


ସମୟକୁ ସେ ଚିହ୍ନିଛି ଭଲ

  କରେନା ନଷ୍ଟ କେବେ

ଠିକ୍ ଭାବରେ ସମୟ ନେଲେ

  ଉନ୍ନତି ହେବ ତେବେ ।

   


Rate this content
Log in

Similar oriya poem from Children