ଜନ୍ମଦିନ
ଜନ୍ମଦିନ
1 min
212
ଜନ୍ମଦିନ ତୁମ ଶୁଭମୟ ହେଉ
ବିନତି କରୁଛି ମୁହିଁ
ଚଲା ପଥ ତୁମ ପୁଷ୍ପମୟ ହେଉ
ଏତିକି ଚାହୁଁଛି ମୁହିଁ ।।
ମୁରଲୀଧର ହେ ମୁରଲୀ ବଜାଇ
ବଶୀଭୂତ କର ତୁମେ
ତୁମ ବଂଶୀ ସ୍ୱନେ ମୋହିତ ସଭିଏ
ଚର୍ଚ୍ଚିତ ଏ ଜଗ ଧାମେ ।।
ତୁମ ଆଶୀର୍ବାଦ ରହିଥାଉ ସଦା
ବଢି ଚାଲିଥିବୁ ଆମେ
ତୁମ ଦିଗଦର୍ଶନ ପାଉଥିବୁ ଯଦି
ଲଗାଇ ପାରିବୁ କାମେ ।।
ଶେଷରେ ବିନତି ଈଶ୍ୱରଙ୍କ ପାଖେ
ସଦା ରଖିଥାନ୍ତୁ ସୁଖୀ
ଆପଣଙ୍କ ସ୍ୱାସ୍ଥ୍ୟ ଆମର ସମ୍ପଦ
ପ୍ରଭୁ ହିଁ ଅଛନ୍ତି ସାକ୍ଷୀ ।।
