STORYMIRROR

Rajesh Pattanaik

Romance

3  

Rajesh Pattanaik

Romance

ମୋ ପ୍ରିୟା ପାଇଁ ପଦେ

ମୋ ପ୍ରିୟା ପାଇଁ ପଦେ

1 min
277


ଜନମ ଦିନର ଶୁଭେଚ୍ଛା ଦେଉଛି

   ଆଜି ଶୁଭ ଦିନ ପର।

ଧରାକୁ ଆସିଲ ମୋରି ପାଇଁକି

  ଧରା ଲାଗେ ମତେ ସରା ।।

ମୋ ଜୀବନକୁ ତୁମେ ଆଲୋକିତ କଲ

  ବିବାହ ବନ୍ଧନ ହୋଇ

ବାପା ମାଆ ପାଖେ ଗେଲ୍ଲାରେ ବଢ଼ିଲ

  ମୋ ପାଇଁ ଆସିଲ ଧାଇଁ ।।

ସୁଖ ଦୁଃଖର ସାଥୀ ହେଲ ତୁମେ

  ଧୈର୍ଯ୍ୟର ପ୍ରତୀକ ହୋଇ

ବିପଦରେ ମୋର ସାହସ ଯେ ଦେଲ

   ଖିସି ସେଥିପାଇଁ ମୁହିଁ ।।

ପୁଅ ଝିଅଙ୍କର ଅଝଟ ସହିଲ

  ମୁଁ ଜାଣି ପାରିଲି ନାହିଁ

ମନର ବିଷାଦ ଭୁଲିଯାଏ ଥାଏ

   ତୁମ ମୁଖ ଦେଲେ ଚାହିଁ ।।

ପାଶୋରା କଥାକୁ ମାନେପକାଅ ଯେ

  ଆଲରାମ୍ ଭଳି ସତେ

କ୍ଷଣିକ ପାଇଁ ଯେ ଗଲେ ବାପଘରେ

  ଭଲ ଲାଗେ ନାହିଁ ମୋତେ ।।

ପ୍ରତି ମୁହୂର୍ତ୍ତରେ ତୁମ ଉପସ୍ଥିତି

   ଜଣାପଡେ ମତେ ସଦା

ତୁମ ବିନା ସତେ ରହିପାରିବିନି 

   ଜୀବନ ସଙ୍ଗିନୀ ରାଧା  ।।

ମନକୁ ଯଦିମୁଁ କଷ୍ଟ ଦେଇଥାଏ

  କ୍ଷମା କରିଦିଅ ମତେ

ଭଲପାଏ ବୋଲି କହିଦିଅ ଟିକେ

   ମନେ ଧରିବନି ସତେ ।।

ଉପହାର ସିନା ଦେଇପାରିନାହିଁ 

   ଦୁଃଖ କରିବନି ମନ

ହୃଦୟ ରୁ ମୋର ସ୍ଥାନ ଦେଇଅଛି

   କରିବନି ଅଭିମାନ ।।

ଜୀବନ ରେ ଯଦି ଝଡଝଞ୍ଜା ଆସେ

  ଛାଡିବନି ସାଥି ମୋର 

ଶପଥ କରୁଛି ନିଜର ରହିବି 

  ହେବି ନାହିଁ କେବେ ପରା ।।।

ଜନମ ଦିନର ସୁବେଛା ଏ ଯାଣ

   କରିବନି କେବେ ପର

ସୁଖ ଦୁଃଖ ସାଥେ ଜୀବନ କାଟିବା

   ପ୍ରିୟତମା ତୁମେ ମୋର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance