STORYMIRROR

BISWESWAR MAJHI

Children Inspirational Tragedy

5.0  

BISWESWAR MAJHI

Children Inspirational Tragedy

ଶେଷ ବାଜିରେ ବାଜିଆ

ଶେଷ ବାଜିରେ ବାଜିଆ

1 min
27.3K


ମାଡ଼ି ଆସୁଥିଲେ ଫିରଂଗି ସେନା

ବାଜିଆ ଘାଟରେ ନାଲିଆ ବାନା ।

ବାର ବରଷ ବୟସ

ବାତିନି ପାଇଛି ସେଲାଗି ଯତନେ ଭିଡିଛି ଡଂଗାର ଫାଶ !!


କହିଲେ ଫିରଂଗି ଆଣ ନଉକା

ବେଗି ବେଗି ଆଣି ନଂଗର ପକା

ଆମେଟି ତୁମର ରାଜା

ଆଦେଶ ଆମର ନମାନିବ କିଏ ଅଛିବା ଏଠି ପରଜା !!


ବାଜିଆ ବସିଛି ବଧିର ପରି

ପଣ କରିଛି ନ କରିବ ପାରି ।

ଘାଟର ସେ ପରା ରାଜା

ଆଉ କିଏ ରାଜା ଆଦେଶ ଦେବ ଗରମ କରି ତା ଭେଜା !!


ଧମକ ଦେଲେ ସେ ଅସ୍ତ୍ର ଉଂଚାଇ

ମେଂଚଡ ଟୋକାଟା ଡରଇ ନାହିଁ ।

ଏଡେ ବହପ ତାହାର !

ନଦୀ ଆରପଟୁ ଗୁଳି ଦାଗିଦେଲେ ଗଳିଗଲା ତା ଶରୀର ।


ମଲା ବେଳେ ମୁଣ୍ଡେ ମାଟି ଲଗାଇ

କହିଲା ମା' ତୋ ଋଣ ସୁଝଇ

ଯାଉ ପଛେ ମୋ ଜୀବନ !

ଢେଙ୍କାନାଳ ଭୂଇଁ ସୁରକ୍ଷିତ ହେଉ ରହୁ ଓଡିଶାର ମାନ ।


ଧରମା ପଛକୁ ବାଜିଆ ନାମ

ଜାତି ପାଇଁ ଛାତି ପାତିବା କାମ ।

କରି ରଖିଗଲା ଯଶ

ଭୀରୁ ସିନା ଡରେ ମରଣ ଦେଖି ଦେଶପ୍ରେମୀ ମୋଡେ ନିଶ !!

Bisweswar Majhi


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children