STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ମନେ ଅଛି ବିଶ୍ୱାସ

ମନେ ଅଛି ବିଶ୍ୱାସ

1 min
225


ବିଶ୍ୱାସ ଅଟଇ ଜୀବନ ଆଧାର

ଧର୍ମ କର୍ମ ମୂଳ ହେତୁ

ମିଳଇ ବିଶ୍ୱାସେ ସୈ।ଭାଗ୍ୟ ସମ୍ପଦ

ସ୍ୱୟଂ ଭଗବାନ ବିଷ୍ଣୁ ।


ଶତ ବାଧାବିଘ୍ନ ରୋଗ ଦୁଃଖ କଷ୍ଟ

ହୋଇଯାଏ ଉପଶମ

ମହୈ।ଷଧି ରୂପେ ଅଟଳ ବିଶ୍ୱାସ

ଉପଚାରେ ସର୍ବୋତ୍ତମ ।


ରୋଗ ମହାମାରୀ ଅଭାବ କଷଣ

ଦେଇପାରେ କଷ୍ଟ ଘୋର

ଜୟଯୁକ୍ତ ହୁଏ ଶେଷରେ ଜୀବନ

ମରଣ ମାନଇ ହାର ।


ଆସେ ଧିରେ ଧିରେ ପାଦ ଥାପି ମୃତ୍ୟୁ

ହରାଏ ଅସ୍ତିତ୍ୱ ତାର

କଳ୍ପବଟ ବୃକ୍ଷ ଅମୃତ ଜୀବନ

ଆତ୍ମା ଅଜର ଅମର ।


ଜୀବନର ଅଛି ନିଶ୍ଚୟ ଅସ୍ତିତ୍ୱ

ବାସ୍ତବ ସ୍ୱପ୍ନାଭିଳାଷ

ସାର୍ଥକ ସୁନ୍ଦର ଜୀବନେ ଆନନ୍ଦ

ସୁଖ ଶାନ୍ତି ସୁବିଶ୍ୱ।ସ ।


ସଯତ୍ନେ ସଂଯମେ ରଖିବା ସାଇତି

ହୃଦୟରେ ସୁବିଶ୍ୱ।ସ

ସ୍ନେହ ପ୍ରେମ ଭକ୍ତି କର୍ତ୍ତବ୍ୟ ନିଷ୍ଠତା

ଆତ୍ମବଳର ବିକାଶ ।


ଦୃଢ଼ ଅଛି ମନେ ବିଶ୍ୱାସ ଆମର

ରହିଥାଉ ସବୁଦିନ

ବଞ୍ଚିଛି ମଣିଷ ବଞ୍ଚିବ ଜୀବନ

ଘୁଞ୍ଚିବ ଦୁଃଖ ଦୁର୍ଦ୍ଦିନ ।



Rate this content
Log in

Similar oriya poem from Tragedy