STORYMIRROR

subrat kumar jena

Tragedy

3  

subrat kumar jena

Tragedy

ନିଃସଙ୍ଗତାର ଧ୍ୱନୀ

ନିଃସଙ୍ଗତାର ଧ୍ୱନୀ

1 min
219

ମୁଁ ତ ତୋତେ ସ୍ୱର୍ଗର ପାରିଜାତ ମାଗିନଥିଲି,

କି ନନ୍ଦନ ବନରେ ଜାଗାଟିଏ ମାଗି ନଥିଲି,

ତୁ କଣ ଭାବିଲୁ ମୁଁ ଫେରିଛି ଝଡ଼ ହେବା ଲାଗି,

ତୋ ଜୀବନ ରାସ୍ତାର ପ୍ରତିପାଦରେ,

ନାଁ ଏମିତି ଜମା ନୁହଁ।

ମୁଁ ତ ତୋତେ ନୀଳ କଇଁ ହେବାକୁ କହିନି,

କି ମୋଲାଗି ବର୍ଷାରେ ଭିଜି ମତୁଆଲା ହେବାକୁ କହୁନି,

ତାହେଲେ ଏମିତି କାହିଁକି?

ମୁଁ ଜାଣେ ଦୂର ପରବତ ସୁନ୍ଦର,

ଦୂରରୁ ପଳାଶ ର ରଂଗବି ବହୁତ ଭଲ ଲାଗେ,

କିନ୍ତୁ ଗୋଟେ କଥା ତାକୁ କିଛି କ୍ଷଣ ଲାଗି ନିଜର କରିବା,

ନିହାତି ବୋକାମୀର ପରିଚୟ।

ତଥାପି ଜାଣେନା କାହିଁକି ନିଜକୁ ବୁଝାଇ ହୁଏନି,

ବେଳ ଆବେଳର ନ ଚାହିଁ ବି ତୋ ଭାବନା ଆସେ ମୋ ମନକୁ,

କେତେ ସରାଗରେ ତୋ ପାଖକୁ ଧାଇଁ ଯାଏ ମୋ ମନ,

ହେଲେ କଣ ହେବଜେ ,ତୁ ଆଉ ତୋ କ....

ଗୋଟେ ବିରାଟ "the great wall"ହୋଇ ଠିଆ ହୁଏ ମୋ ଆଗରେ,

ମୁଁ ଜାଣେ ସେ ପ୍ରାଚୀରକୁ ଲଙ୍ଘିବା ମୋ ପକ୍ଷେ ନୁହେଁ ସମ୍ଭବ,

ହେଲେ ତୁ କଣ ଭାବୁଜେ,

ଏ କଥା ଜାଣେ ତୁ ବି ବନ୍ଦିନୀ କାହାର ସୀମା ରେଖାରେ,

କିନ୍ତୁ ତୁ ଜାଣୁନା ବୋଧେ ତୁ ହେଉଛୁ ସେହି ଅମୂଲ୍ୟ ମହୋଷଧି ମୋ ନିସଙ୍ଗତାର,

ଜୀବନର ଅନେକ ରାସ୍ତା ପାଇଛି,

ହେଲେ ଜାଣେନା କାହିଁକି ଅମାନିଆ ହୋଇ ଧାଇଁ ଯାଏ ଏ ପାଦ ଯୋଡ଼ାକ,

ତୋ ଦୁଆର ମୁହଁକୁ ତୁ ଶହେଥର ଘଉଡାଇଲା ପରେବି।

ହେଲେ ଥରେ ଘଉଡାଇବା ଆଗରୁ ନାଁ କରିଦେଖ,

ନିଶ୍ଚୟ ବେଡି ପକାଇ ଦେବି ଏ ପାଦକୁ ,

ଯେପରି ଆଉଥରେ ସେ ଚେଷ୍ଟାକରିବନି ତୋ ସହରରେ ପାଦ ଦେବାକୁ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy