ବୃଥା ଅହଂକାର
ବୃଥା ଅହଂକାର
ବାଣ ଫୁଟାଇବା
ରୋଷଣୀ କରିବା
ପରମ୍ପରା ନୁହେଁ
ଏ ଏକ ଛଇ ।
ବଡ଼ଲୋକି ପଣ
ଦେଖାଇବା ପାଇଁ
ଟଙ୍କା ପୋଡି ମଜା
ନେଉଛ ଭାଇ ।
କେତେ ବଡ଼ଲୋକ
ମନ୍ତ୍ରୀ ରାଜନେତା
ସାଦରେ ଆମନ୍ତ୍ରି
ଆଣୁଛ ଘରେ ।
ନିଜେ କିନ୍ତୁ ତୁମେ
କରଜ ବୋଝ ରେ
ସଢୁଅଛ ଦେଖ
ଭାବୁନା ଥରେ ।
ବିବାହର ପର୍ବେ
ବାଣ ରୋଷଣୀ ର
ଅପବ୍ୟବହାର
କରୁଛ ଆଜି ।
ବିଡା ବିଡା ଟଙ୍କା
ପୋଡି ପକାଉଛ
ବୃଥା ଅହଂକାର
ଦିଅରେ ତେଜି ।
ପଶ୍ଚାତରେ ଥରେ
ଭାବ ନିରୋଳାରେ
ଆତ୍ମ ସନ୍ତୋଷର
ମଜା ମଉଜ ।
ନିଜ ଟଙ୍କା ଭାବି
ଯାହା କରୁଅଛ
ସତରେ ସେ କ'ଣ
ତୁମ ଅରାଜ??
ଆଜି ବି ଚିତ୍କାର
କେତେ ଯେ କାଙ୍ଗାଳ
ଦରିଦ୍ର ବୁଲନ୍ତି
ହାତ ପତେଇ ।
କେତେ କେତେ ପୁଣି
ଅକ୍ଷମ ମଣିଷ
ଯହିଁ ତହିଁ ଦୁଃଖେ
ଅଛନ୍ତି ଶୋଇ ।
ଭାବିଛ କି କେବେ
ହୃଦୟ ଭିତରେ
ସେମାନେ ଅଛନ୍ତି
କଷ୍ଟରେ କେତେ ।
ଦରିଦ୍ରତା ମୁକ୍ତ
ଓଡିଶା ମାଟିରେ
ନିରନ୍ନ ର ଲୁହ
କାହିଁକି ଛୁଟେ??
କିଏ କାହିଁ ଦେବ
ଏହାର ଉତ୍ତର
ସଭିଏଁ ତ ଏକା
ଲାଉ ର ମଞ୍ଜି ।
ଶାସକ ତ ଏଠି
ଶୋଷକ ସାଜିଛି
ଯେତେ ମିଛ ସବୁ
କହୁଛି ଖଞ୍ଜି ।