STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

କରୋନା ଭାଇରସ୍

କରୋନା ଭାଇରସ୍

1 min
230

          

କରୋନା କରିଛି କବଳ ଦେଖ ଦେଖ ସାରା ବିଶ୍ଵ ସଂସାର

କରୋନା,କରୋନା ରୋଳରେ ସତେକି ଉଠଇ ଝଡ଼ ପ୍ରବଳ

ଚାଇନା ଦେଶର ଉର୍ବର ଭୂଇଁ ସେ ଭାଇରସ ଉତ୍ପତ୍ତି ସ୍ଥଳ

ତା’ର ବିଷାୟନ କାଳ କଳା ଛାଇ ପ୍ରାଣ ସବୁ କଲା କବଳ

ସେଠାରୁ ହୋଇସେ ବାହାର

ଅତିକାୟ ତା’ର ବିଷାକ୍ତ ହାତକୁ ପ୍ରସାରିଣ ଭୂମଣ୍ଡଳ

ନାଲି ଆଖି ତା’ର ଦେଖିକରି ଜନ‌ ଜୀବନ ହୁଅଇ ବିକଳ  ।।


ଶହ ଶହ ଶବ ପଟୁଆର ପୁଣି ଶହ ଶହ ଜୁଇ ଜଳଇ

ଇଟାଲି,ୟୁରୋପ,ଇରାନ,ଫ୍ରାନସ,ସ୍ପେନେ ମଣିଷ ମରଇ

ଏବେ ଭାରତକୁ ବିଷ ବଳୟରେ ସତେ କି ଦେବ ସେ ଘୋଡେଇ

ମହାମାରୀ ସମ କାଳ ଭୈରବ ସେ ଜୀବନ କୁ ନିଏ କୋଳେଇ

ଲୟ,ଲକ୍ଷ୍ୟସ୍ଥଳ ଭୁଲାଇ

ଦେବ ସେ, ଦାନବ ସମାନ ସମାଜେ ହଳାହଳ ଦିଏ ଖେଳାଇ

ସାମାନ୍ୟ ମାତ୍ରକ ନର କି କରିବ ଜ୍ଞାନ ସେ ଦିଅଇ ହଜାଇ  ।।


କରୋନା ଜାଣିନି ଭାରତର କଥା ଏହି ପରା ଦେବ ଭୁଇଁ

ଏହାର ପବନ,ପାଣି ବା ପଥର ସବୁରେ ଦେବତା ଅଛଇଁ

ଋଷି ର ଦେଶ ଏ ଯୋଗୀ,ମୁନି ଜନ ନୀଳଚକ୍ରେ ବାନା ଉଡଇ

ଗଙ୍ଗା ପ୍ରବାହିତ ଏ ଭୁଇଁ ପବିତ୍ର ସେ ଜଳେ ଭାଇରସ୍ ମରଇ

ସାବଧାନ ହୁଅ ତୁହି

ଶତ୍ରୁ କୁ ତଥାପି ଛୋଟ ଭାବିବାନି ଆସ ହେ ଭଉଣୀ ଭାଇ

ତା ସଂକ୍ରମଣ କୁ ପ୍ରତିରୋଧ କରି ଦେବା ତା’ର ଖୋଇ ଛଡେଇ ।।


ଶେଷ ହେଉ ତା’ର ଏହି ପରାଭବ ଅବତରି ଜଗନ୍ନାଥ

ନିଶ୍ଚୟ ରଖିବେ ନୀଳାଚଳ ପତି ପଦେ ମୋର ମଥାନତ

କରୁଛି, ତଥାପି ମଣିଷ ଜାତିକୁ କହୁଛି ମୋ କଥା ଶୁଣତ

ମଣିଷ ପଣିଆ ନଭୁଲି ବନ୍ଧୁରେ ନିଜ ଜୀବନ କୁ ସୁରକ୍ଷିତ 

କରିବାକୁ ହୁଅ ଯାଗ୍ରତ

ଅପକର୍ମ, ଅପମିଶ୍ରଣ, ପ୍ରଭୃତି ଅବାଟକୁ କରି ବର୍ଜିତ

ସତ୍ପଥରେ ଗଲେ ନିଶ୍ଚୟ ମାନବ ଲଭିବୁ ରେ ଏଥୁ ମୁକତ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy