STORYMIRROR

Manorama Mohanty

Tragedy Inspirational

3  

Manorama Mohanty

Tragedy Inspirational

ଏଡ଼େ ନିରିଦୟ କିଆଁ ?

ଏଡ଼େ ନିରିଦୟ କିଆଁ ?

1 min
219


ଗଛଟିଏ ମୁହିଁ ନିରୀହ ନିର୍ବାକ 

   ରୋପଣ କରିଛ ମୋତେ ତ 

ବଞ୍ଚିବାପାଇଁ ମୁଁ ନିଜପାଇଁ ଖାଦ୍ୟ 

   ନିଜ ପତ୍ରେ କରେ ପ୍ରସ୍ତୁତ |


ତୁମ ହିତପାଇଁ ସଦା ମୁଁ ତତ୍ପର 

   ମୋତେ ଯେତେ ହେଳା କଲେବି 

ସୁଖ ଦୁଃଖନେଇ ତୁମରି ସାଥିରେ 

   ମରିବା ଯାଏ ମୁଁ ରହିବି |


ଆଜି କିଆଁ ମୋତେ ହାଣି ନେଉଅଛ 

   କରତ କୁରାଢ଼ୀ ଲଗାଇ 

ଖଣ୍ଡ ଖଣ୍ଡ କରି ନିଜ ଇଚ୍ଛା ମତେ 

   କାମେରେ ଲଗାଉଛ ନେଇ 


ଗଛଟିଏ ବୋଲି ଏଡ଼େ ନିରିଦୟ 

    କିଆଁ ପରକରି ଦେଉଛ 

ନିଜସୁଖ ପାଇଁ ମୋ ଜୀବନ ନାଶି

    ନାନା ଚିଜମାନ ଗଢୁଛ |


ମରିବା ଆଗରୁ ଏତିକି ମିନତୀ 

  ମୋତେ ହେୟ ଭାବି କାଟନା 

ମାନବ ଜାତିରେ କଳଙ୍କ ଲଗାଇ 

     ମୋର ପ୍ରାଣ ଲୁଟି ନିଅନା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy