ଏଡ଼େ ନିରିଦୟ କିଆଁ ?
ଏଡ଼େ ନିରିଦୟ କିଆଁ ?
ଗଛଟିଏ ମୁହିଁ ନିରୀହ ନିର୍ବାକ
ରୋପଣ କରିଛ ମୋତେ ତ
ବଞ୍ଚିବାପାଇଁ ମୁଁ ନିଜପାଇଁ ଖାଦ୍ୟ
ନିଜ ପତ୍ରେ କରେ ପ୍ରସ୍ତୁତ |
ତୁମ ହିତପାଇଁ ସଦା ମୁଁ ତତ୍ପର
ମୋତେ ଯେତେ ହେଳା କଲେବି
ସୁଖ ଦୁଃଖନେଇ ତୁମରି ସାଥିରେ
ମରିବା ଯାଏ ମୁଁ ରହିବି |
ଆଜି କିଆଁ ମୋତେ ହାଣି ନେଉଅଛ
କରତ କୁରାଢ଼ୀ ଲଗାଇ
ଖଣ୍ଡ ଖଣ୍ଡ କରି ନିଜ ଇଚ୍ଛା ମତେ
କାମେରେ ଲଗାଉଛ ନେଇ
ଗଛଟିଏ ବୋଲି ଏଡ଼େ ନିରିଦୟ
କିଆଁ ପରକରି ଦେଉଛ
ନିଜସୁଖ ପାଇଁ ମୋ ଜୀବନ ନାଶି
ନାନା ଚିଜମାନ ଗଢୁଛ |
ମରିବା ଆଗରୁ ଏତିକି ମିନତୀ
ମୋତେ ହେୟ ଭାବି କାଟନା
ମାନବ ଜାତିରେ କଳଙ୍କ ଲଗାଇ
ମୋର ପ୍ରାଣ ଲୁଟି ନିଅନା
