STORYMIRROR

JITENDRA KUMAR PANDA

Tragedy Others

3  

JITENDRA KUMAR PANDA

Tragedy Others

ପ୍ରାୟଶ୍ଚିତ ଥାଇପାରେ

ପ୍ରାୟଶ୍ଚିତ ଥାଇପାରେ

1 min
296

ଭୁଲ୍ ନା ପାପର ପାହାଡ଼ ଟେ?

କେବେ ଭାବିନି...

ମୁଁ ମଣିଷ ନା କ'ଣ ଗୋଟେ,

ତୁଳନା କରି ପାରୁନି।


ଏତେତ କଳଙ୍କ କାଳିମା ରେ ନାହିଁ,

ଯେତେ ମୋ ଛାତିରେ ବୋଳିଛି।

ଅପକୀର୍ତ୍ତିମୟ ଅତୀତ ରେ ବୋଧେ,

ଅଧେ ଇତିହାସ ତୋଳିଛି।


କେତେଯେ ନିୟମ ଗିଳିଛି...

ଜୀବନ ଯୁଦ୍ଧରେ ଜୟଗାଥା ପାଇଁ,

କାହା ଜୀବନ ସହିତ ଖେଳିଛି।


କେତେ ବିଶ୍ୱାସ-ଭରସା କୁ ଛଳିଛି...

କ୍ଷତାକ୍ତ ହୃଦୟ କ୍ଷୁଦ୍ର ଅଗଣାରେ,

ମୁଁଯେ ପ୍ରତାରଣା ଗାଢ଼ ଖୋଳିଛି।


ଆଉ ବିବେକକୁ ଜଉ ଜାଳିଛି...

ପାପ ପରବର୍ତ୍ତୀ ପ୍ରଶ୍ନବାଚୀ ସବୁ,

ମୁଁ ପାଷାଣ... ପାଦରେ ଦଳିଛି।


ଯାହା ହାତ ଧରି ଏତେ ବାଟ ଗଲି,

ତା ସଂଘର୍ଷ ବେଳରେ, 

ତା ହାତ ଛାଡ଼ିଦେଲି।


କେବେ ଭାବିଲିନି....

କ'ଣ କରି ଥିବ ସେ!

ଏକାଏକା କେତେ ଡରିଥିବ ସେ!

ମୋ ଯତ୍ନଶୀଳତା କୁ ଝୁରିଥିବ ସେ!

କାଳେ ହାରିଯିବ ସେ!

ଏତେ ବଡ଼ବଡ଼ ଝଡ-ବତାସ କୁ,

କାହା ସାହସରେ ସହିଥିବ ସେ!


କାହାକୁ ସେ କିଛି କହିଥିବ,

ନା କବାଟ କିଳିକି ଶୋଇଥିବ!

ଯଦି ବିଷାଦରେ ମନ ବାନ୍ଧିଥିବ,

କେତେ ଜୋରରେ ତା ମୁଣ୍ଡ ବିନ୍ଧିଥିବ!

କ'ଣ ସେଦିନ ସେ କେବେ ରାନ୍ଧିଥିବ!

ନା ସାରାରାତି ବସି କାନ୍ଦିଥିବ!


ଆହୁରି ବହୁତ କିଛି...

ସବୁ କ'ଣ କେବେ ଲେଖିପାରିବି!

ଏତେ ସାହସ କାହିଁଯେ!

ସତ ସତ ସବୁ ଶୁଣାଇ ଦେଇକି,

ସେ ଆଖିକୁ ଆଉ ଦେଖିପାରିବି।


କ'ଣ ଭାବୁଛୁ... ଅତି ରଞ୍ଜିତ କରୁଛି,

ଅଭିଧାନ ଅଛି ବୋଲି...

ଆରେ.. ତୋସାଥେ ସମ୍ପର୍କ ସଜାଡି ରଖିଛି,

ତୋ ସାହାଯ୍ୟ ଲୋଡ଼ିବି ବୋଲି।


ଜାଣିଛୁ...

ବେଳେବେଳେ ସେ ସମ୍ପର୍କ ସବୁକୁ ଝୁରେ...

ଆଉ ଏତେ ସ୍ୱାର୍ଥପର ମୁଁ...

ମୋନିଜ ମନକୁ ଶାନ୍ତ ରଖିବାକୁ,

କ୍ଷମାର ଆଗ୍ରହ କରେ।

ହେଲେ... ଦଇବ କୁ ଭାରି ଡରେ...

ଏତେଯେ ଜଘନ୍ୟ ଅପରାଧ ପାଇଁ

କ'ଣ ପ୍ରାୟଶ୍ଚିତ ଥାଇପାରେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy