କେତେ ମାଦକତା ଥିଲା
କେତେ ମାଦକତା ଥିଲା
କେତେ ମାଦକତା ଥିଲା ସତେ!
ପ୍ରୀତି ପତରର ସେଇ ପ୍ରଥମ ପଦରେ
ପ୍ରିତ ହୃଦୟର ଏତେ ପ୍ରବଳ ନାଦରେ
ଅବୁଝା ଅଧରେ...
ଅଧାବୁଝା ଅଳ୍ପ-ଅଳ୍ପ ଅଳସୀ ଲାଜରେ
ଆଉ ସେଦିନ ସଞ୍ଜରେ...
ପ୍ରେମମୟୀ ପ୍ରେୟସୀଙ୍କ ଵିଶେଷ ସଜରେ
ନିକାଞ୍ଚ କୁଞ୍ଜରେ...
ଅପ୍ରାନ୍ତ ପ୍ରୀତିର ବନ୍ୟା ସଜନୀ ସଙ୍ଗରେ
ପରଶ ରଙ୍ଗରେ...
ଅପୂର୍ବ ଉନ୍ମାଦନା କି ପ୍ରେମିକ ଅଙ୍ଗରେ
ସତେକି ସ୍ୱପ୍ନରେ...
ଭାସୁଛି ବିହଙ୍ଗପରି ତୀବ୍ର ତୁରଙ୍ଗରେ ।

