STORYMIRROR

JITENDRA KUMAR PANDA

Others

3  

JITENDRA KUMAR PANDA

Others

ମରିବାକୁ ଚାହେଁ

ମରିବାକୁ ଚାହେଁ

1 min
11.5K

ଏ'ତ ଅମାବାସ୍ୟା ଅନ୍ଧକାର ରାତି

ହଜିଯାଏ ଯହିଁ ଶ୍ଵେତ ଚନ୍ଦ୍ରକାନ୍ତି

କେତେ ଯେ ପଥିକ ଫସିଛନ୍ତି ଏଠି

ହିସାବତ ରଖିପାରିନି ପ୍ରକୃତି


ଖଦ୍ୟୋତ ଟି ଆଜି ଗଛଡାଳେ ବସି

ପ୍ରାଣ-ପଣେ ତା'ର ଚେଷ୍ଟା ଚଳାଇଛି

ସବୁ ମୋହ-ମାୟା ପାଶୋରି ଦେଇଛି

ଆଲୋକର ପାଇଁ ନିଜକୁ ଜାଳୁଛି


ସହି ଛାଲିଛି ସେ ଅସହ୍ୟ ଯନ୍ତ୍ରଣା

ସ୍ତବ୍ଦକରେ ତା'ର କରୁଣ କାନ୍ଦଣା

ଏତେ ତାତିର କାରଣ କାହାକୁ ବା ଜଣା

କିଏ ସେ ଦେବ ତା ତ୍ୟାଗର ପାଉଣା


ଜାଣିଛି ଏକଥା ସେ ଛୋଟ ପତଙ୍ଗ

ରାତି ପାଖରୁ ସେ ନିଶ୍ଚେ ହରିଯିବ

ଶେଷରେ ଜୀବନ ସମର୍ପିତ ହେବ

ପ୍ରତିବଦଳରେ ପ୍ରତାରିତ ହେବ


ତଥାପି ସେ କାହିଁ ଜଳିବାକୁ ଚାହେଁ

ନିଜ ଜୀବନ ସହିତ ଖେଳିବାକୁ ଚାହେଁ

ଜୁଝି-ଜୁଝି ସିଏ ହାରିବାକୁ ଚାହେଁ

ରାତି ଛାତିତଳେ ମରିବାକୁ ଚାହେଁ ।



साहित्याला गुण द्या
लॉग इन