ଏତେ ବଡ଼ ଋଣୀଟେ କରନି
ଏତେ ବଡ଼ ଋଣୀଟେ କରନି
ଭାବେ ସାରା ଦୁନିଆଁଟା ସ୍ୱାର୍ଥପର
ମୋ ପରି।
ସ୍ୱାର୍ଥସାଧନ ପରେ ରୂପ ବଦଳାଇଦବ।
ଚାଲିଯାଇପାରେ କାହା ହାତଛାଡ଼ି,
ଅବା କାହାର ସର୍ବନାଶ କରି।
ହେଲେ ତୁମ କାର୍ଯ୍ୟକଳାପ ,
କେତେ ପ୍ରଶ୍ନବାଚୀ ଟାଣୁଛି...
ଭାବିବାକୁ ବାଧ୍ୟ କରୁଛି
କଣ ସତରେ ଦୁନିଆଁଟା ତୁମପରି!
ବିଶ୍ୱାସ କରି ପାରୁନି...
କେମିତିବି ଉପେକ୍ଷା କରିବି?
ସେ ପ୍ରଶ୍ନସବୁ ଯେ ତୁମରି।
କେତେ ନିଃସ୍ୱାର୍ଥପର ତୁମେ...
କେତେଯେ ଉଦାରତା ତୁମ ଭିତରେ।
ଏତେ ନିଷ୍କପଟ!
କେତେ ପରଉପକାରୀତା ତୁମଠାରେ...
କାହାକୁ କିଛିବି ଦେଇ ଦେଉଛ...
ଆପଣାର କି ପର କିଛି ଦେଖୁନ।
ଅନ୍ୟ ପାଇଁ ଏତେ ଯେ ଦରଦ!
ହେଲେ କେବେ ନିଜକଥା ଭାବୁନ।
କାହିଁକି ଏମିତି ତୁମେ?
ନା ଏ ଦୁନିଆଁକୁ ଏଯାଏଁ ଚିହ୍ନିନ।
ହେଇପାରେ
ସେମାନେ ସମସ୍ତେ ବହୁତ ଭଲ...
ହେଲେ ଥରେ ମୋ କଥା ଭାବ
କାହିଁକି ବୁଝୁନ...
କେତେ ନିଷ୍ଠୁର ମୁଁ...
ଆଉ ମୋପାଖେ,
କୃତଜ୍ଞତାର କେତେ ଯେ ଅଭାବ।
ମୋତେ ତ ଭଲପାଅନି
ଏତେ ଆଦର କରନି...
ଏତେ ମମତା ଦିଅନି
ଏମିତିରେ ମୁଁ ବହୁତ ଋଣୀ...
ଆହୁରି ସରଧା ଦେଇ ,
ଏତେ ବଡ଼ ଋଣୀଟେ କରନି।