STORYMIRROR

JITENDRA KUMAR PANDA

Tragedy

3  

JITENDRA KUMAR PANDA

Tragedy

ବିରହ ଯେ ସହଚର

ବିରହ ଯେ ସହଚର

1 min
263

ଆବେଗରେ ରାତି ଅପେକ୍ଷା କରିଛି,

ପ୍ରିୟତମା ବାଟ ଚାହିଁ।

ଆଜିଯେ ମାସର ଅମାବାଶ୍ୟା ତିଥି

ଜହ୍ନ ଆସିବାର ନାହିଁ।


ପ୍ରିୟାଙ୍କୁ ନପାଇ ବିରହ ରେ ରାତି

ଗାଇ ଚାଲିଛି କାନ୍ଦଣା,

ତୁମବିନା ସାଥି କିଏ ଭରିଦେବ

ଆଜିର ପ୍ରିତି ପାଉଣା।


ଅଭିମାନେ ପୁଣି ବହୁନୁଛି ରାତି,

ଆଜି ଠକେଇ ଦେଇଛ ସଖି।

କଥାଦେଇ କାଇଁ କଥା ରଖିଲନି,

ତୁମର-ମୋର କଟି।


ଚନ୍ଦ୍ରମା ସେପଟେ ବିଚ୍ଛେଦରେ ଜଳେ,

ଆଜି ଆସିବାକୁ ତାକୁ ମନା।

ନିରୀହ ହୃଦୟ ବୁଝିକି ପାରୁଛି,

ଭାଗ୍ୟର ଏ ବିଡ଼ମ୍ବନା।


ଭାରି ବ୍ୟସ୍ତ ହୋଇ ପଚାରିଲି ଦିନେ,

କାହିଁକି ଏ ଅତ୍ୟାଚାର?

କହିଲା ପ୍ରକୃତି, ଶାଶ୍ୱତ ପ୍ରେମର-

ବିରହ ଯେ ସହଚର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy