STORYMIRROR

JITENDRA KUMAR PANDA

Romance

3  

JITENDRA KUMAR PANDA

Romance

ବଢ଼ୁଛି ତା ପାଇଁ ପ୍ରୀତି

ବଢ଼ୁଛି ତା ପାଇଁ ପ୍ରୀତି

1 min
12K

ଆଜି ମୁଁ ପାଖରୁ ଦେଖିଛି ପ୍ରିୟାକୁ

ଲେଖିବି କେମିତି କେତେ!

ଲାଗିଲା ଯେମିତି ଶହେ ପୁନେଇଁର,

ଜହ୍ନ ଉଇଁଛି କି ସତେ...!!


ଅପ୍ରାନ୍ତ ପ୍ରୀତିର ସହସ୍ର ଶ୍ରାବଣ,

ବର୍ଷିଗଲା ଆଜି ସାଥୀ!

ଦେଖୁଥିଲି ତାକୁ ସେମିତିକା ସେଠି,

ଲାଖି ଯାଇଥିଲା ଆଖି...


ଆକାଶକୁ ଚାହିଁ ହସିଦେଲା ପ୍ରିୟା,

ଏମିତି ଅଜାଣତରେ

ବିଶ୍ୱାସ କର

ଆକାଶ ବି ସାଥୀ!

ଭିଜିଗଲା ଆଜି

ଅଦିନ ଇନ୍ଦ୍ରଧନୁରେ...


ସେଇଠି ସେବେଠୁ ମୁଁ ବି ହଜିଛି

ଫେରି ପାରୁନାହିଁ ଆଉ

ହୃଦୟରେ ଖାଲି 'ପ୍ରିୟା... ପ୍ରିୟା...' ଧ୍ୱନି

ଆଉ ଉଛୁଳା ପ୍ରୀତିର ଢ଼େଉ...


କି କରିବି ମୁଁ ଯେ ପାଗଳ ପ୍ରେମୀଟେ

କହିଦିଅ ମୋତେ ସାଥୀ!

ଯେତେଥର ତାକୁ ଦେଖୁଛି ଏମିତି,

ବଢ଼ୁଛି ତା ପାଇଁ ପ୍ରିତି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance