STORYMIRROR

JITENDRA KUMAR PANDA

Abstract

3  

JITENDRA KUMAR PANDA

Abstract

ଛଳନାର ଜହ୍ନରାତି

ଛଳନାର ଜହ୍ନରାତି

1 min
11K

ପ୍ରତିବିମ୍ବ ସିନା ଦେଖିଛି ନିଜର,

ପ୍ରକୃତ 'ମୁଁ' କୁ ଦେଖିନି...

ମିଛ ଆସ୍ବାଶନା ଦେଇ ଦେଇ କହେ,

ସେମିତି ଭୁଲ୍ ମୁଁ କରିନି...


ସବୁ ସମ୍ପର୍କରେ ମୁନାଫା ଖୋଜିଛି...

କେବେ ନବୁଝି ଆବେଗ ମୂଲ।

ମନେ ମନେ ଭାରି ଗରବରେ ଭାବେ,

ମୁଁ କାଳେ ଭାରି ଭଲ...


ଛଦ୍ମ ଉଦାରତା.. ମିଛ ପ୍ରତିଶୃତି...

ମିଛ ମଣିଷ ଟେ ମୁଁ ରେ...

ଭିତରେ ମେଞ୍ଚାଏ ହିଂସା ଅହଂକାର...

ଯାହା ଉପରେ ଆଦର କରେ...


ପାପର ପାହାଡେ଼ ବସିଛି ଶାନ୍ତିରେ...

ତଥାପି ମୋ ପାପ ଦିଶେନି।

ଏତେ କାଇଦାରେ ଲୁଚାଇ ଦେଇଛି...

ସେ ଆର୍ତ୍ତ ଚିତ୍କାରବି ଶୁଭେନି।


ସ୍ୱାର୍ଥପରତାର ସାଗର ଟେ ଅବା,

ପ୍ରତାରଣା ଭରା ପ୍ରିତି...

ଘନ ନିଦାଘର ଧୂର୍ତ୍ତ ମରୀଚିକା...

ଅବା ମୁଁ ଛଳନାର ଜହ୍ନରାତି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract