STORYMIRROR

JITENDRA KUMAR PANDA

Romance

3  

JITENDRA KUMAR PANDA

Romance

ପ୍ରୀତିପଂକ୍ତି

ପ୍ରୀତିପଂକ୍ତି

1 min
101

ଦୂର ଦିଗବଳୟ ବକ୍ଷଦେଶ ଛୁଇଁ

ସଞ୍ଜ ଆସେ ଯେବେ ନଇଁ,

ଇଚ୍ଛା ହୁଏ ପୁଣି ଆଉ ଦୁଇପଦ

ଲେଖିବାକୁ ତୁମ ପାଇଁ।

ଆକାଶ କୋଳରେ ବାଦଲ ମେଳାରେ

ଅଳସୀ ଈନ୍ଦୁ ଆସିଲେ,

ଶୁଣାଏ ତାକୁ ମୋ ପ୍ରୀତିପଂକ୍ତି ସବୁ

ନିଛାଟିଆ ସଞ୍ଜବେଳେ।

ପ୍ରୀତିପଂକ୍ତି ସବୁ ଶୁଣିସାରି ଶଶୀ

ଶାନ୍ତନା ଅଜାଡି ଦିଏ,

ସେଇ ଶାନ୍ତନାର ଶୀତଳ ସ୍ପର୍ଶରେ

ମୋ ବ୍ୟଥା ଟିକେ ଥମି ଯାଏ।

ପ୍ରୀତି ପତରଟି ଜହ୍ନ ହାତେ ଦେଇ

ତା କାନରେ କହି ଦିଏ

ଶୁଣାଇ ଦେବୁ ମୋ ସୁନ୍ଦରୀ ପ୍ରିୟାକୁ

ତା ଗାଁ ବାଟେ ଗଲାବେଳେ।

ଜହ୍ନ କହେ କାଳେ ସବୁ ପଦ ମୋର

ଛୁଇଁ ଯାଏ ହୃଦୟକୁ,

କହିବ କି ପ୍ରିୟା ସତରେ ସେସବୁ

କେମିତି ଲାଗେ ତୁମକୁ?


రచనకు రేటింగ్ ఇవ్వండి
లాగిన్

Similar oriya poem from Romance