STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

ତୁମେ ଏବେ ମହାତ୍ମା

ତୁମେ ଏବେ ମହାତ୍ମା

1 min
318

ଦିନ ଥିଲା

ହସୁଥିଲେ ମିଶି

ବସୁଥିଲି ମିଶି

ଗପୁଥିଲେ ମିଶି

ଆହୁରି ଅନେକ କିଛି

ଘଟୁଥିଲା ଆମ ଭିତରେ


ସମୟର ଦ୍ୱାହିଦେଇ

ଅପ୍ରକୃତ ବ୍ୟସ୍ତତାକୁ

ଆପଣେଇ ନେଲ

ମୋତେ ପ୍ରଶ୍ନଟିଏ କରି


ଥିଲି ନିରୀହ

ଶିଖେଇଲ ଭଲପାଇବା

ଗଢିଲ ମୋ ଭିତରେ

ନିଆରା ଏକ ପ୍ରେମ ନଗରୀ


ସକାଳ ରୁ ସଞ୍ଜ

ଆସିଲ ବାରମ୍ବାର

ମୋତେ ନିଜର କରିବାକୁ

ମୁଁ ବି ମନସ୍ତ କରିନେଲି

ତୁମେ ମୋର ବୋଲି

କେମିତି ବା କରିନଥାନ୍ତି

ତୁମକୁ ନେଇ ସ୍ବପ୍ନ ଦେଖିବା ପରେ


ସ୍ବପ୍ନ ଦେଖେଇଲା

କଥା ଦେଲ

ଯୁଗ ଯୁଗକୁ

ହାତରେ ହାତ ଛନ୍ଦି

ସୁଖରେ ଦୁଃଖରେ

ଜୀବନର ତମାମ ପଥକୁ

ଅତିକ୍ରାନ୍ତ କରିବାର


କିନ୍ତୁ

ସବୁ କିଛି ସ୍ବପ୍ନ

ସ୍ବପ୍ନ ହୋଇ ରହିଗଲା

ମୋ ମାନସପଟରେ

ବିଶ୍ୱାସ କରି ନ ପାରିଲେ ବି

ବିଶ୍ୱାସ କରିବାକୁ ପଡିଲା

ଦୁଃ ସ୍ବପ୍ନ ଟିଏ ବୋଲି


ମୋ ଭାବନା ସବୁକୁ

ପୂର୍ଣ୍ଣଛେଦ ଦେଲାପରେ

ଏବେ ତୁମେ

ପାଲଟି ଯାଇଛ ମହାତ୍ମା


ଖୁବ ଖୁସି ଲାଗିଲା

ଦୁଃଖ ହି ଅନେକ ହେଲେ

କହି ପାରିବାର ସୀମା ବାହାରେ


ମୁଁ ଏବେ ଶୂନ୍ୟ

ଆକାଶ ଛାତିରେ

ଲୋକେ ଗାଳି ଗୁଳଜ କରୁଥିବା

ବର୍ଷା ବୁନ୍ଦାଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy