ତୁମେ ଏବେ ମହାତ୍ମା
ତୁମେ ଏବେ ମହାତ୍ମା
ଦିନ ଥିଲା
ହସୁଥିଲେ ମିଶି
ବସୁଥିଲି ମିଶି
ଗପୁଥିଲେ ମିଶି
ଆହୁରି ଅନେକ କିଛି
ଘଟୁଥିଲା ଆମ ଭିତରେ
ସମୟର ଦ୍ୱାହିଦେଇ
ଅପ୍ରକୃତ ବ୍ୟସ୍ତତାକୁ
ଆପଣେଇ ନେଲ
ମୋତେ ପ୍ରଶ୍ନଟିଏ କରି
ଥିଲି ନିରୀହ
ଶିଖେଇଲ ଭଲପାଇବା
ଗଢିଲ ମୋ ଭିତରେ
ନିଆରା ଏକ ପ୍ରେମ ନଗରୀ
ସକାଳ ରୁ ସଞ୍ଜ
ଆସିଲ ବାରମ୍ବାର
ମୋତେ ନିଜର କରିବାକୁ
ମୁଁ ବି ମନସ୍ତ କରିନେଲି
ତୁମେ ମୋର ବୋଲି
କେମିତି ବା କରିନଥାନ୍ତି
ତୁମକୁ ନେଇ ସ୍ବପ୍ନ ଦେଖିବା ପରେ
ସ୍ବପ୍ନ ଦେଖେଇଲା
କଥା ଦେଲ
ଯୁଗ ଯୁଗକୁ
ହାତରେ ହାତ ଛନ୍ଦି
ସୁଖରେ ଦୁଃଖରେ
ଜୀବନର ତମାମ ପଥକୁ
ଅତିକ୍ରାନ୍ତ କରିବାର
କିନ୍ତୁ
ସବୁ କିଛି ସ୍ବପ୍ନ
ସ୍ବପ୍ନ ହୋଇ ରହିଗଲା
ମୋ ମାନସପଟରେ
ବିଶ୍ୱାସ କରି ନ ପାରିଲେ ବି
ବିଶ୍ୱାସ କରିବାକୁ ପଡିଲା
ଦୁଃ ସ୍ବପ୍ନ ଟିଏ ବୋଲି
ମୋ ଭାବନା ସବୁକୁ
ପୂର୍ଣ୍ଣଛେଦ ଦେଲାପରେ
ଏବେ ତୁମେ
ପାଲଟି ଯାଇଛ ମହାତ୍ମା
ଖୁବ ଖୁସି ଲାଗିଲା
ଦୁଃଖ ହି ଅନେକ ହେଲେ
କହି ପାରିବାର ସୀମା ବାହାରେ
ମୁଁ ଏବେ ଶୂନ୍ୟ
ଆକାଶ ଛାତିରେ
ଲୋକେ ଗାଳି ଗୁଳଜ କରୁଥିବା
ବର୍ଷା ବୁନ୍ଦାଟିଏ ।।
